ରେଳମନ୍ତ୍ରୀ ଥିବା ବେଳେ ଚାକିରି ନାଁରେ ଲୋକଙ୍କଠୁ ଜମି ଓ ଘର ଲୁଟିଛନ୍ତି ଲାଲୁ ଯାଦବ, ଏବେ ୧୭ଟି ସ୍ଥାନରେ ରେଡ୍‌ ମାରୁଛି ସିବିଆଇ

ଚାରା ଘୋଟାଲା ମାମଲାରେ ନିକଟରେ ଜାମିନରେ ଆସିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ଯାଦବଙ୍କ ମୁସ୍କିଲ ପୁଣି ବଢିଯାଇଛି। ସିବିଆଇ ସ୍କାନରରେ ଆରଜେଡି ନେତା ଲାଲୁ ଯାଦବ । ସିବିଆଇ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନରେ ଚଢଉ କରିଛି । ତାଙ୍କ ପତ୍ନୀ ରାବଡୀ ଦେବୀ ଓ ଝିଅ ମୀସା ଭାରତୀଙ୍କ ପାଟନା, ଗୋପାଲଗଞ୍ଜ ଓ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ ହୋଇଛି । ବିଭିନ୍ନ ଦୁର୍ନୀତି ସହ ଜଡିତ ମାମଲାକୁ ନେଇ ଏହି ଚଢଉ କରାଯାଇଛି ।

ତେବେ ନିଯୁକ୍ତିରେ ଦୁର୍ନୀତିକୁ ନେଇ ସିବିଆଇ ଏହି ଚଢଉ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ, ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଚାକିରି ଦେବା ନାଁ କହି ଅନେକ ଲୋକଙ୍କଠାରୁ ଜମି ଓ ଘର ନେଇଥିଲେ।ଏହି ମାମଲାରେ ସିବିଆଇ ଏଫଆଇଆର ଦାଖଲ କରିଥିଲା । ଯାହାକୁ ଭିତ୍ତି କରି ୧୭ଟି ସ୍ଥାନରେ ରେଡ୍ କରାଯାଇଛି ।

ଲାଲୁଯାଦବଙ୍କ ପରିଜନଙ୍କ ଖାତାରେ ୧ କୋଟି ୨୦ ଲକ୍ଷ ଟଙ୍କା ରହିଛି। ଏହାଛଡା ଦିଲ୍ଲୀ, ପାଟଣା ଏବଂ ଦାନାପୁର ସମେତ ଅନେକ ଜାଗାରେ ଲାଲୁ ଯାଦବଙ୍କ ପରିଜନ ଲୋକଙ୍କୁ ଜମି ମଧ୍ୟ ମିଳିଛି। ସୂତ୍ର ମୁତାବକ, ଦିଲ୍ଲୀ ଏବଂ ବିହାରର ପଟନା ଏବଂ ଗୋପାଳଗଞ୍ଜ ଭଳି ୧୭ଟି ସ୍ଥାନରେ ସିବିଆଇ ରେଡ କରିଛି।

lalu

ସିବିଆଇ ପାଟନାସ୍ଥିତ ରାବଡୀ ଦେବୀଙ୍କ ୧୦ ସର୍କୁଲାର ରୋଡରେ ଥିବା ବାସଭବନରେ ଚଢଉ କରିଛି । ଘର ମଧ୍ୟରେ ସିବିଆଇ ଅଧିକାରୀମାନେ ତଦନ୍ତ କରୁଛନ୍ତି । ସକାଳୁ ହିଁ ସିବିଆଇ ଘରେ ରେଡ୍ କରିଥିଲା । ଲାଲୁ ଯାଦବ ଏବେ ଦିଲ୍ଲୀରେ ରହିଛନ୍ତି। ଲାଲୁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ରହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.