ଫେବ୍ରୁଆରୀ ୧ ରୁ କରିପାରିବେ ଶ୍ରୀଜିଉଙ୍କ ଦର୍ଶନ, ଶ୍ରୀମନ୍ଦିର ଖୋଲିବା ନେଇ ନିଯୋଗ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପୁଣି ଭକ୍ତ ଓ ଭଗବାନଙ୍କର ହେବ ମିଳନ । ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତେବେ ପୂର୍ବ ଭଳି ପ୍ରତି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିଲା ଛତିଶା ନିଯୋଗର ଗୁରତ୍ୱପୂର୍ଣ୍ଣ ବୈଠକ ।

ଏବେ ଆଗାମୀ ୧ ତାରିଖରୁ କରୋନା କଟକଣାରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପୂର୍ବ ଦ୍ୱାର ବାଟେ ଅନ୍ୟ ଶ୍ରଦ୍ଧାଳୁମାନେ ପ୍ରବେଶ କରିବେ । ପଶ୍ଚିମ ଦ୍ୱାର ବାଟେ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । କୋଭିଡ ସଂକ୍ରମଣ ନେଇ ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିଥିଲା ।

ବିଶେଷକରି ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ରହିଥିଲ । ଫେବ୍ରୁଆରୀ ୧ ରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କୋଭିଡା ଡବଲ ଡୋଜ ରିପୋର୍ଟ ବାଧ୍ୟତାମୂଳକ କରଯାଇଛି ।

ପୂର୍ବପରି ଭୋର ସାଢେ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଦର୍ଶନ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯିବ । ଭଚ୍ୟୁଆଲରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଛତିଶା ନିଯୋଗ ପ୍ରତିନିଧି ଓ ଶ୍ରୀମନ୍ଦର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । କରୋନା ସଂକ୍ରମର ବୃଦ୍ଧି ପରେ ଏବେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.