ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନମିଳିବା ଘଟଣାରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ବୈଠକ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନମିଳିବା ଘଟଣାରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ବୈଠକ । ଆଜି ସୁଦ୍ଧା କମିଶନଙ୍କ ପାଖରେ ଆଉ ୩ଟି ସତ୍ୟପାଠ ଦାଖଲ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ପୁରୀର ଜଣେ ସାମ୍ବାଦିକ ସତ୍ୟପାଠ ଦାଖଲ କରିଛନ୍ତି । ୭ଦିନ ପରେ କମିଶନଙ୍କ ପରବର୍ତ୍ତୀ ବୈଠକ ହେବ । ଏଥିରେ ପ୍ରୋସିଡିଂ ବାବଦରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ରତ୍ନଭଣ୍ଡାର ଚାବି ନମିଳିବା ପ୍ରସଙ୍ଗରେ ସେବାୟତ ଓ ଅନ୍ୟମାନଙ୍କଠାରୁ କମିଶନ ସତ୍ୟପାଠ ଆହ୍ଵାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.