Below header

ହୋଣ୍ଡା ଲଞ୍ଚ କଲା ସିଟି, ଡ଼ବ୍ଲୁଆର୍-ଭି ଏବଂ ବିଆର୍-ଭିର ସ୍ପେଶାଲ୍ ଏଡ଼ିସନ୍

ନୂଆଦିଲ୍ଳୀ : ହୋଣ୍ଡା କାର ଇଣ୍ଡିଆ ଲିମିଟେଡ଼ ସୋମବାର ଦିନ ଲଞ୍ଚ କରିଛି ଏହାର ସିଟି, ଡ଼ବ୍ଲୁଆର୍-ଭି ଏବଂ ବିଆର୍-ଭିର ସ୍ପେଶାଲ୍ ଏଡ଼ିସନ୍। ଗ୍ରାହକଙ୍କ ଚାହିଦା ଅନୁଯାୟୀ କମ୍ପାନୀ ଏହାର ଫିଚରରେ କିଛିଟା ନୂତନ ପରିବର୍ତ୍ତନ କରିଛି। ଏହି ନୂଆ ମଡ଼େଲକୁ ଆଗକୁ ଆସୁଥିବା ଫେଷ୍ଟିଭ୍ ସିଜନକୁ ଆଖିରେ ରଖି କରାଯାଇଛି।

ନୂଆ ହୋଣ୍ଡା ସିଟି ଏଡର୍ଜର ପେଟ୍ରୋଲ ଭର୍ସନର ମୂଲ୍ୟ ୯.୭୫ ଲକ୍ଷ ରହିଥିବା ବେଳେ ଡ଼ିଜେଲର ରହିଛି ୧୧ଲକ୍ଷ। ଏହି ମଡ଼େଲ ସିଡ଼େନର ଏସଏମ ଏମଟି ଟ୍ରିମ୍ ଉପରେ ଆଧାରିତ। ସ୍ପେଶାଲ ଏଡ଼ିସନ ଲୋଗୋ ସହ ଏଥିରେ ୧୫ଇଞ୍ଚ ଡ଼ାଏମଣ୍ଡ କଟ ଏଲାଇନ୍ ବିଲ , ରିୟର ପାକିଂ ସେନ୍ସର ଏବଂ ଆଉଭାନ୍ସ ରିଭର୍ସ ପାକିଂ କ୍ୟାମେରା ରହିଛି।

 

ହୋଣ୍ଡା ଡବ୍ଲୁ –ଭି ଏଲାଭ୍ ଏଡ଼ିସନରେ ସ୍ପେଶାଲ ଏଡ଼ିସନ ଲୋଗୋ ସହ ୧୬ଇଞ୍ଚ ଡ଼ାଏମଣ୍ଡ କଟ ଏଲାଇନ୍ ବିଲ , ରିୟର ପାକିଂ ସେନ୍ସର ରହିଛି। ଏହା ସହ ମାସକ ପାଇଁ ହୋଣ୍ଡା କନେକ୍ଟ , ପ୍ରିମିୟମ ସିଟି ଏବଂ ଷ୍ଟେରିଂ କଭର୍ସ ମଧ୍ୟ ରହିଛି। ଏହା କ୍ରାସଓଭର ଏସଏମଟି ବେରିଏଣ୍ଟ ଉପରେ ଆଧାରିତ। ଏହାର ପେଟ୍ରୋଲ ଭର୍ସନର ମୂଲ୍ୟ ୮.୦୨ ଲକ୍ଷ ରହିଥିବା ବେଳେ ଡ଼ିଜେଲ ଭର୍ସର ମୂଲ୍ୟ ରହିଛି ୯.୧୧ ଲକ୍ଷ ଟଙ୍କା। ଉବ୍ଲୁଆର-ଭି ପାଇଁ ହୋଣ୍ଡା ମେଟାଲିକ୍ ରେଡ଼ର ନୂତନ ଅପସନ ରଖିଛି।

ବିଆର-ଭି ଷ୍ଟାଇଲ୍ ଏଡ଼ିସନରେ ଅନେକ ଟ୍ରିମ୍ ଅପସନ୍ ରହିବ। ଏହାର ପେଟ୍ରୋଲ୍ ଭର୍ସନର ମୂଲ୍ୟ ୧୦.୪୪ଲକ୍ଷ ରହିଥିବା ବେଳେ ଡ଼ିଜେଲ ଭର୍ସରର ମୂଲ୍ୟ ରହିଛି ୧୧.୭୯ ଲକ୍ଷ। ଏଥିରେ ମଧ୍ୟ ସ୍ପେଶାଲ ଏଡ଼ିସନ ଲୋଗୋ ରହିବା ସହ ଲୁକକୁ ସ୍ପୋଟି ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.