ଶିବାନୀ ବେହେରା ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌, ପ୍ରେମିକ ନୁହେଁ ଭାଉଜ କରିଛି ହତ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଶିବାନୀ ବେହେରାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌। ପ୍ରେମିକ ନୁହେଁ ଭାଉଜ ହିଁ ହତ୍ୟାକାରୀ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଦା ଏସ୍‌ପି। ପାରିବାରିକ କଳହକୁ କେନ୍ଦ୍ର କରି ନଣନ୍ଦକୁ ହତ୍ୟା କରିଛି ଭଉଜ। ବାଲୁଗାଁ ଗଙ୍ଗନଗରରେ ଶିବାନୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏକତରଫା ପ୍ରେମକୁ କେନ୍ଦ୍ର କରି ତାଙ୍କୁ ଗାଁର କାଳୁ ବେହେରା ହତ୍ୟାକରିଥିବା ବିଯୋଗ ହୋଇଥିଲା। ପୋଲିସ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହ଼ଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତନାଘନା ପରେ ଭାଉଜ ହିଁ ହତ୍ୟାକାରୀ ବୋଲି ଜମାପଡିତିଲା। ତାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.