ଯାଜପୁର: ପ୍ରାକ୍ ମୈାସୁମୀର ସୂଚନା ନେଇ ଆସିଲେ ସାଇବେରିଆନ ପକ୍ଷୀ, ଧାନମଣ୍ଡଳରେ ବିଦେଶାଗତ ପକ୍ଷୀଙ୍କ ଭିଡ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳ ଷ୍ଟେସନ ବଜାରରେ ଥିବା ଗଛ ଗୁଡିକରେ ଲାଗିଛି ସାଇବେରିଆନ ପକ୍ଷୀଙ୍କ ଭିଡ । ବହୁ ବର୍ଷ ଧରି ସୁଦୂର ସାଇବେରିଆରୁ ଏଠାକୁ ଛୁଟି ଆସୁଛନ୍ତି ଏହି ସାଇବେରିଆନ ପକ୍ଷୀ । ଜନଗହଳି ପୂର୍ଣ୍ଣ ଷ୍ଟେଶନ ବଜାର ଓ ଟ୍ରେନର ଶବ୍ଦ ଏମାନଙ୍କୁ ବିଚଳିତ କରେ ନାହିଁ । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ସାଇବେରିଆନ୍ ପକ୍ଷୀ ଛୁଟିଆସିଥାନ୍ତି ଏହି ସ୍ଥାନକୁ । ଏମାନଙ୍କ ଆଗମନରେ ଏଠାକାର ଲୋକମାନେ ମୈାସୁମୀର ଆଗମନକୁ ଜାଣି ପାରିଥାନ୍ତି । ପାଣିପାଗ ବିଭାଗର ସୂଚନାକୁ ଏମାନେ ଯେତିକି ବିଶ୍ୱାସ କରିନଥାନ୍ତି ଏମାନଙ୍କ ଅଗମନରେ ସେମାନଙ୍କର ବିଶ୍ୱାସ ବଢିଯାଇଥାଏ । ଖାଲି ସେତିକି ନୁହେଁ ଏହି ପକ୍ଷୀମାନଙ୍କ ସ୍ୱଳ୍ପ ସମୟରହଣୀ ମଧ୍ୟରେ ସୁରକ୍ଷା ପାଇଁ ଅଂଟା ଭିଡିଥାନ୍ତି ଏଠାକାର ଲୋକେ । ଧାନମଣ୍ଡଳ ବଜାର କମିଟି, ଷ୍ଟେସନ୍ କର୍ମଚାରୀ ଓ ବନ ବିଭାଗ ଏମାନଙ୍କ ସୁରକ୍ଷା ଓ ନିରାପତା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଥାନ୍ତି ।

saiberian bird

କାହିଁ କୋଉ କାଳରୁ ପକ୍ଷୀମାନେ ଏଠାକୁ ଆସୁଥିବା ଏଠାକାର ଲୋକେ କୁହନ୍ତି । ଚଳିତ ବର୍ଷ ଏହି ସ୍ଥାନକୁ ପ୍ରାୟ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟାରେ ସାଇବେରିଆନ୍ ପକ୍ଷୀ । ଜୁନ୍ ମାସ ପ୍ରଥମ ଅବା ଦ୍ୱିତୀୟ ସପ୍ତାହ ସମୟରେ ଏମାନେ ଆସୁଥିବା ବେଳେ ମୈାସୁମୀ ଗଲା ପରେ ଏମାନେ ଏଠୁ ଚାଲିଯାଆନ୍ତି । ଏହି ସମୟରେ ପକ୍ଷୀମାନଙ୍କୁ ଦେଖିବାକୁ ଲୋକମାନଙ୍କ ଭିଡ ଜମିଥାଏ । ଅଂଚଳର ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପାଇଁ ତରତର ହୋଇଥାନ୍ତି । ବ୍ୟବସାୟୀ ସଂଘ ଏବଂ ଅନ୍ୟାନ୍ୟ ସଂଗଠନର ମିଳିତ ଉଦ୍ୟମରେ ଏମାନଙ୍କୁ ସୁରକ୍ଷା ଯୋଗାଇଦିଆଯାଉଥିବା ବେଳେ ଚଣ୍ଡିଖୋଲ ବନ ବିଭାଗ ମଧ୍ୟ ଏଥିପ୍ରତି ସଜାଗ ରହିଛି । ଅନ୍ୟପକ୍ଷରେ ପକ୍ଷୀଙ୍କ ଶିକାର କରିବା ଘଟଣାକୁ ଏଡାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ରାତିରେ ଏମାନଙ୍କ ସୁରକ୍ଷା ପାଇଁ ସ୍କ୍ୱାର୍ଡ ମୁତୟନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.