ସଡ଼କ ସୁରକ୍ଷା ସଚେତନତା ନେଇ ୬୦ କି.ମି ଦୌଡି ଦୌଡି ପୁରୀରେ ଆସି ପହଞ୍ଚିଲେ ପୂର୍ବତନ ସେନା କର୍ମଚାରୀ ସିଦ୍ଧାର୍ଥ ଦାସ

ପୁରୀ(କେନ୍ୟୁଜ୍): ରାଜ୍ୟରେ ପ୍ରତ୍ୟେକ ଦିନ ୧୩ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ସଚେତନତା ମୂଳକ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଚଳିତ ବର୍ଷ ମଧ୍ୟ ପରିବହନ କମିଶନର ସଂଜୀବ ପଣ୍ଡାଙ୍କ ନିର୍ଦ୍ଦେଶରେ ଯୁବ ଗୋଷ୍ଠୀ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ଏହି କ୍ରମରେ ସଡକ ସୁରକ୍ଷା ବାର୍ତା ନେଇ ଦୀର୍ଘ ୬୦ କି.ମି ଦୌଡି ଦୌଡି ପୁରୀରେ ଆସି ପହଞ୍ଚିଛନ୍ତି ପୂର୍ବତନ ସେନା କର୍ମଚାରୀ ତଥା ଧାବକ ସିଦ୍ଧାର୍ଥ ଦାସ।

ex army

ପୂର୍ବତନ ସେନା କର୍ମଚାରୀ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଦୌଡ଼ିବା ଆରମ୍ଭ କରିଥିଲେ। ଆଜି ସକାଳେ ସେ ପୁରୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିଛନ୍ତି।ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ଜଗତସିଂହପୁର, କଟକ,ଢେଙ୍କାନାଳ ଦେଇ ପୁନର୍ବାର ଭୁବନେଶ୍ୱରରେ ପହଞ୍ଚିବେ। ସେ ୧୦ଦିନରେ ମୋଟ ୫୦୦କି.ମି ଅତିକ୍ରମ କରିବେ।ସଡକ ସୁରକ୍ଷା ସମ୍ପର୍କରେ ସେ ଲୋକଙ୍କୁ ସଚେତନ କରାଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.