ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

କେନ୍ୟୁଜ୍ : ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ବାରିପଦାର ପିଠାବଟା ଓ ଯଶୀପୁରରୁ ଅନୁମତି ପତ୍ର ମିଳିବ। ଏଥିସହିତ ପ୍ରତିଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ଟି ଓ ଯଶୀପୁରର କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ିକୁ ଅଭୟାରଣ୍ୟ ମଧ୍ୟକୁ ଅନୁମତି ମିଳିବ। ତେବେ ସର୍ବପ୍ରଥମେ ଆସିଥିବା ଗାଡ଼ିଗୁଡିକୁ କ୍ରମାନ୍ଵୟରେ ଅନୁମତି ମିଳିବ। ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଅନୁମତି ପତ୍ର ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.