ପାକ୍ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ବୁଲି ବୁଲି TikTok ଭିଡିଓ କଲେ ମହିଳା, ଭାଇରାଲ ପରେ ଏମିତି କହିଲେ ସରକାର

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥରକ ସିଧାସଳଖ ଭାବେ ଇମ୍ରାନ ଚର୍ଚ୍ଚାକୁ ଆସିନଥିବା ବେଳେ ତାଙ୍କ ଦପ୍ତର ଭିତରେ ଟିକ୍ଟକ୍ ଭିଡିଓ ସୁଟିଂ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହରିମ୍ ଶାହ ନାମ୍ନୀ ଜଣେ ମହିଳା ଭିଡିଓ ସୁଟିଂ କରିଛନ୍ତି। ହରିମ୍ ଫରେନ୍ ମିନିଷ୍ଟ୍ରୀ ଅଫିସର କନ୍ଫରେନ୍ସ ହଲ୍ରେ ବୁଲି ବୁଲି ଏହି ବିବାଦୀୟ ଭିଡିଓକୁ ସୁଟିଂ କରିଛନ୍ତି।
View this post on Instagram
ହରିମ୍ଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମିଲିୟନ୍ରୁ ଅଧିକ ଫ୍ୟାନ୍ ଅଛନ୍ତି। ପୂର୍ବରୁ ଏହି ଭିଡିଓଟି ପାକ୍ ପିଏମ୍ଙ୍କ ସେକ୍ରେଟାରୀଏଟ୍ରେ ସୁଟିଂ କରାଯାଇଥିବା କୁହାଯାଉଥିବା ବେଳେ ଭିଡିଓଟି ଫରେନ୍ ମିନିଷ୍ଟ୍ରୀରେ ସୁଟିଂ କରାଯାଇଥିବା ନେଇ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହି ସରକାରୀ ବିଲିଡିଂରେ ହାଇ ସିକ୍ୟୁରିଟି ଥିବାରୁ କିଭଳି ଭାବେ ମହିଳା ଜଣକ ସେଠାରେ ପ୍ରବେଶ କରି ଟିକ୍ଟକ୍ ଭିଡିଓ ସୁଟିଂ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହାସହ ପଢ଼ନ୍ତୁ: ଟ୍ରକ୍ ଡାଲାରୁ ମିଳିଲା ୩୯ଟି ମୃତଦେହ, ସତ ଜାଣିଲେ ଟାଙ୍କୁରି ଉଠିବ ଲୋମ
View this post on Instagram
ଭିଡିଓରେ ଦେଖିବାକୁ ମିଳିଛି ଯେ ହରିମ୍ ବିଦେଶ ମନ୍ତ୍ରୀଙ୍କ ଚେୟାରରେ ବସିଛନ୍ତି। ବ୍ୟାକ୍ଗ୍ରାଉଣ୍ଡରେ ପଞ୍ଜାବୀ ଓ ହିନ୍ଦୀ ଗୀତ ବାଜୁଛି। ତେବେ ଭିଡିଓଟି ଭାଇରାଲ ହେବା ପରେ ଏନେଇ ତଦନ୍ତ ଆରମ୍ଭ ହୋଇଛି।
View this post on Instagram
ଅନ୍ୟପଟେ ହରିମ୍ ମଧ୍ୟ ଏହି ଭିଡିଓ ଉପରେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଅନୁମତି ନେଇ ହିଁ ଅଫିସକୁ ପ୍ରବେଶ କରିଥିଲି। ଯଦି ଏହି ବେନିୟମ ହୋଇଥାନ୍ତା ତେବେ ମୋତେ ଭିଡିଓ କରିବାକୁ ବାରଣ କରାଯାଇଥାନ୍ତା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ସେ ପାସ୍ ଜରିଆରେ ସାଂସଦକୁ ମଧ୍ୟ ଯାଇଛନ୍ତି। ତାଙ୍କୁ କେବେ କୌଣସି ସୁରକ୍ଷାକର୍ମୀ ବାଧା ଦେଇନାହାନ୍ତି ବୋଲି କହିଛନ୍ତି ହରିମ୍।