Below header

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ

କରଞ୍ଜିଆ(କେନ୍ୟୁଜ୍):ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଶିମିଳିପାଳ ଖୋଲା ରହିବ ।

ଶିମିଳିପାଳ ଯିବାକୁ ହେଲେ ଯଶିପୁର ଓ ବାରିପଦା ଦେଇ ଯିବାକୁ ପଡିବ । ଶିମିଳିପାଳ ଭିତରେ ଗୁଡିଗୁଡିଆ, କୁମାରୀ, ଜାମୁଆଣି ଓ ବରେଇପାଣିରେ ରାତ୍ରି ଯାପନ କରିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍‌ ବ୍ୟାନ୍‌ କରାଯାଇଛି । ଶାଳପତ୍ର ଖୋଲି ଓ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତ୍ତୁପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.