Below header

ଧାମନଗରରେ ଉଷ୍ଣ ହେଉଛି ରାଜନୀତି: ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ(କେନ୍ୟୁଜ୍): ଉପନିର୍ବାଚନ ତାରିଖ ପାଖେଇବା ସହ ଧାମନଗରରେ ଉଷ୍ଣ ହେଉଛି ରାଜନୀତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭ୍ର ନାରାୟଣ ସେଠୀ ବି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଆଜି ରାଜେନ୍ଦ୍ର ଓ ଶୁଭ୍ର ନାରାୟଣ ପ୍ରତ୍ୟାହାର କରିବେ ନା ନାହିଁ ତାକୁ ବି ଅପେକ୍ଷା । ଏପଟେ ଉପନିର୍ବାଚନ ତାରିଖ ପାଖେଇବା ସହ ଧାମନଗରରେ ଉଷ୍ଣ ହେଉଛି ରାଜନୀତି । ଉପ ନିର୍ବାଚନକୁ ନେଇ ତିନି ଦଳର ସ୍ୱତନ୍ତ୍ର ରଣନୀତି । ବିଜେଡି କହୁଛି, ୩୦ ହଜାର ବ୍ୟବଧାନରେ ଦଳ ଜିତିବ । ସେପଟେ ବିଜେପି ହାତରେ ଏ ଆସନ ଥିଲା, ଏଥର ବି ରହିବ ବୋଲି ଦଳ ଆଶାବାଦୀ । ନାମାଙ୍କନ ପ୍ରତ୍ୟାହାର ପରେ ଦୁଲୁକିବ ଧାମନଗର ପ୍ରଚାର ମୈଦାନ । ଷ୍ଟାର ପ୍ରଚାରରେ କମ୍ପିବ ବ୍ୟାଟଲ୍‌ ଗ୍ରାଉଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.