ଆଜିର ଭାଗ୍ୟଫଳ: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର କେମିତି କଟିବ ଦିନ

ମେଷ : ଆଜି ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ଶାନ୍ତିର ବାତାବରଣ ରହିବ । ବନ୍ଧୁଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ସଫଳତାକୁ ନେଇ ଲୋକ ଇର୍ଷା କରିପାରନ୍ତି । ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଶୁଭ ରଙ୍ଗ – ଧଳା।

ବୃଷ : ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତବହୁଳ ରହିବ । କୌଣସି ରାଜନୈତିକ ସମ୍ମିଳନୀରେ ସାମିଲ ହେବାର ସୁଯୋଗ ମିଳିପାରେ । ନିଜ ବୁଦ୍ଧି ବଳରେ କୌଣସି ନୂଆ ଯୋଜନା କରିପାରନ୍ତି ଯେଉଁଥିରେ ଆପଣ ନିଶ୍ଚିତ ସଫଳ ହେବେ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । ସନ୍ଧ୍ୟା ସମୟରେ ଆପଣ କୌଣସି ପୂଜାପାଠ କିମ୍ୱା ଭଜନ କୀର୍ତ୍ତନ ସମ୍ମିଳନୀରେ ଯୋଗ ଦେଇପାରନ୍ତି । ଶୁଭ ରଙ୍ଗ – ସବୁଜ ।

ମିଥୁନ : ଆଜିର ଦିନଟି ମଧ୍ୟମ ଧରଣର ରହିବ । ଘରେ ଦୈନିକ କଳହରେ ସାମାନ୍ୟ ଶାନ୍ତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମନ ବିଚଳିତ ହୋଇପାରେ । ଏହି କାରଣରୁ କିଛି ଭୁଲ୍ କାର୍ଯ୍ୟ ମଧ୍ୟ କରିବସିବେ । ମନ ଶାନ୍ତ ରଖନ୍ତୁ । ୮୪ ପ୍ରତିଶତ ଭାଗ୍ୟ ସହଯୋଗ କରିବ । ଶୁଭ ରଙ୍ଗ – ଗୋଲାପୀ ।

କର୍କଟ : ମନର ଆଶା ପୂର୍ଣ୍ଣ ହେବ । କୌଣସି ଉଚ୍ଚାଧିକାରୀଙ୍କ ସହାୟତାରେ ଆଇନଗତ ବିବାଦରେ ନୂଆ ମୋଡ଼ ଆସିପାରେ । ସନ୍ଧ୍ୟା ସମୟରେ କୌଣସି ନୂଆ ଯୋଜନା କରିପାରନ୍ତି । ଏଥିରୁ ଆପଣଙ୍କୁ ଲାଭ ମିଳିପାରେ । କୌଣସି ଧାର୍ମିକସ୍ଥଳକୁ ଯିବାକୁ ଚାହୁଁଥିଲେ ପିତାମାତାଙ୍କ ସହ ଯାତ୍ରା କରନ୍ତୁ । ଶୁଭ ରଙ୍ଗ – ଲାଲ ।

ସିଂହ : ଆଜି ଆଳସ୍ୟ ଅନୁଭବ କରିପାରନ୍ତି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଏଥିପାଇଁ ଧନ ଖର୍ଚ୍ଚ ହୋଇପାରେ । ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ । ଛୋଟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆଗକୁ ବଡ଼ ସମସ୍ୟା ଦେଖାଦେଇପାରେ । ଶୁଭ ରଙ୍ଗ- ବାଇଗଣୀ ।

କନ୍ୟା : ଅଧିକ ଧନ ଖର୍ଚ୍ଚ ହୋଇପାରେ । ଏଥିପାଇଁ ସାବଧାନ ରୁହନ୍ତୁ । ପରିବାର ସଦସ୍ୟଙ୍କ ପାଇଁ କୌଣସି ଜିନିଷ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଆଜି ଆପଣଙ୍କ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଶୁଭ ରଙ୍ଗ – ନୀଳ ।

ତୁଳା: ପ୍ରେମ ଜୀବନରେ ଆପଣ ବ୍ୟସ୍ତ ରହିବେ । ସୁଖ ପ୍ରାପ୍ତି ହେବ । ପ୍ରେମ ସମ୍ବନ୍ଧ ପାଇଁ ଆଜିର ଦିନଟି ଶୁଭ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ସମସ୍ୟା ଦେଖାଦେଇପାରେ । ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଶୁଭ ରଙ୍ଗ – କଳା ।

ବିଛା : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି । ଶୁଭ ରଙ୍ଗ – ହଳଦିଆ ।

ଧନୁ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଶୁଭ ରଙ୍ଗ – ନାରଙ୍ଗୀ ।

ମକର : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି। ଶୁଭ ରଙ୍ଗ – କମଳା।

କୁମ୍ଭ : ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। ଶୁଭ ରଙ୍ଗ – ମାଟିଆ ।

ମୀନ : ସକରାତ୍ମକ ଭାବନା ବଜାୟ ରଖନ୍ତୁ। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ଶକ୍ତିବାନ ଅନୁଭବ କରିବେ। ପରିଶ୍ରମର ତୁରନ୍ତ ଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ। ପ୍ରେମରେ ସଫଳତା ପାଇବେ। ଶୁଭ ରଙ୍ଗ – ଗାଢ଼ ସବୁଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.