Below header

ଆଜି ବସୁଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ

ଆଜି କଟକରେ ବସୁଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସଭବନରେ ସକାଳ ୧୧ଟାରେ ବୈଠକ ବସିବାର ରହିଛି ।

 କଟକ : ଆଜି କଟକରେ ବସୁଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସଭବନରେ ସକାଳ ୧୧ଟାରେ ବୈଠକ ବସିବାର ରହିଛି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବେ। ବିଶେଷ ଭାବେ ପୂର୍ବାଞ୍ଚଳ ରାଜ୍ୟ ଏବଂ ଓଡ଼ିଶାର କଳାଧନ ସମ୍ପର୍କରେ ବୈଠକରେ ଆଲୋଚନା ହେବ ।

ଏସଆଇଟିର ଏହି ବୈଠକରେ ପୋଲିସ ଡିଜିଙ୍କ ସିବିଡିଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, କଷ୍ଟମ୍ସ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଉଥିବା ଜଣାପଡିଛି। ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗ ଦେବେ ।

ପୂର୍ବରୁ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ଏସଆଇଟି ନିର୍ଦ୍ଦେଶ ଦେଇଥିଲେ। ଆଜିର ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହ କଳାଧନ ଗଚ୍ଛିତ କରିବାର ନୂଆ ନୂଆ ତରିକା ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ବିଭାଗ କିଭଳି ଏସମ୍ପର୍କରେ ପଦକ୍ଷେପ ନେବେ ଓ ଗତ ଦୁଇ ବର୍ଷ ଭିତରେ ବିଭାଗଗୁଡିକୁ ମିଳିଥିବା ସଫଳତା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.