ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶାଢ଼ୀ ପିନ୍ଧି ପଦଯାତ୍ରା, ଏକାଠି ହେଲେ ହଜାର ହଜାର ମହିଳା

ମହିଳା ସଶକ୍ତ। ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି। କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି । ନାରୀ ସର୍ବଂସହା, ଜଗତ ଜନନୀ। ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି ।

ବାଲେଶ୍ଵର(କେନ୍ୟୁଜ): ମହିଳା ସଶକ୍ତ। ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି। କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି । ନାରୀ ସର୍ବଂସହା, ଜଗତ ଜନନୀ। ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି ।

ତେବେ ଆମ ସସ୍କୃତି ଏବଂ ପରମ୍ପରା ସର୍ବଦା ଅତ୍ୟନ୍ତ ଭିନ୍ନ ଓ ସ୍ୱତନ୍ତ୍ର । ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଆମର ଶୈଳୀ ପ୍ରାଚୀନ କାଳରୁ ହିଁ ଭିନ୍ନ । ବିଶେଷ କରି ମହିଳାମାନଙ୍କର ପରିଧାନ ସବୁବେଳେ ଅଲଗା । ଏହା ମଧ୍ୟରେ ଶାଢୀ ହେଉଛି ଅନ୍ୟତମ । ପ୍ରାୟତଃ ସବୁ ପୋଷାକ ଠାରୁ ବେଶି ଶାଢୀଟିଏ ପରିଧାନ କଲେ ଗୋଟେ ନାରୀ ଖୁବ୍ ସୁନ୍ଦର ଦେଖାଯାଇଥାଏ ।

ତେବେ ଚଳିତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲେଶ୍ଵର ସହରରେ ହଜାର ହଜାର ମହିଳା ମାନେ ଶାଢ଼ୀ ପିନ୍ଧି ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି । ଗତକାଲି ବାଲେଶ୍ଵର ପୋଲିସର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବାଲେଶ୍ଵର ଏସପି ଶାଗରିକା ନାଥ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ବାଲେଶ୍ଵର ସହର ସିଦ୍ଧି କଲ୍ୟାଣ ମଣ୍ଡପରୁ ଏହି ପଦଯାତ୍ରା ବାହାରିଥିବା ବେଳେ ବାଲେଶ୍ଵର ପୋଲିସ ରିଜର୍ଭ ପଡ଼ିଆରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଯୁବତୀ ମାନଙ୍କର ବୁଲେଟ ଷ୍ଟଣ୍ଟ ଚିତାତ୍କର୍ଷକ ଥିଲା । ମହିଳା ମାନେ ଆଗକୁ ବଢୁଛନ୍ତି ନାରା ସହ ନାରୀ ସଚେତନତା ସମ୍ବନ୍ଧୀୟ ଏକ ମେଢ଼ ସହର ପରିକ୍ରମା କରିଥିଲା । ମହିଳା ମାନେ ସ୍ଵାବଲମ୍ବୀ ସହ କ୍ୟାନ୍ସରକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ଭଲପାଇବାକୁ ପ୍ରକଟ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଉପଲକ୍ଷେ ଏଭଳି ଏକ ପଦଯାତ୍ରାର ଆୟୋଜନ କରି ସବୁ କ୍ଷେତ୍ରରେ କାମ କରୁଥିବା ମହିଳା ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.