ସରିଲା ଶୀତଳଷଷ୍ଠୀ ଯାତ୍ରା, ବିବାହ ପରେ ମାତା ପାର୍ବତୀଙ୍କୁ ସାଥୀରେ ନେଇ ଫେରିବେ ମହାଦେବ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ । ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ଦେବ ଦମ୍ପତ୍ତି । ରବିବାର ରାତିରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତି ପରେ ଭକ୍ତଙ୍କୁ ଦର୍ଶନ ଦେବାକୁ ନଗର ପରିକ୍ରମାରେ ବାହାରିଥିଲେ ମହାଦେବ ଓ ମାଆ । ଭୋର ୫ଟାରୁ ଦେବ ଦମ୍ପତ୍ତି ବିଶ୍ରାମ ନେବା ପରେ ଆଜି ସକାଳ ୯ଟାରେ ଶୋଭାଯାତ୍ରା ପୁଣି ଆରମ୍ଭ ହେବ । ଶୀତଳ ଷଷ୍ଠୀ ଯାତ୍ରାରେ ସମଗ୍ର ସହର ଉତ୍ସବମୁଖର ହୋଇପଡିଛି । ମହାଦେବ ଓ ପାର୍ବତୀଙ୍କୁ ଦର୍ଶନ କରିବାକୁ ଛୁଟୁଛି ଭକ୍ତଙ୍କ ସୁଅ । ଲକ୍ଷାଧିକ ଲୋକଙ୍କ ଭିଡ଼ରେ ରାସ୍ତା ଗୁଡିକ ଜାମ୍‌ ହୋଇଯାଇଛି ।

ଏହି ଅବସରରେ ଦେଶର ପ୍ରାୟ ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦ ହଜାରରୁ ଊର୍ଦ୍ଧ୍ୱ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ । ଶାନ୍ତିଶୃଙ୍କଳା ପାଇଁ ପ୍ରାୟ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । କନ୍ୟା ଘର ତରଫରୁ ଝିଅ-ଜ୍ୱାଇଁଙ୍କୁ ବିଭିନ୍ନ ସୂର୍ଣ୍ଣ, ରୌପ୍ୟ ଅଳଙ୍କାର, ବସ୍ତ୍ର, ପାଟ ମିଷ୍ଟାନ୍ନ ଆଦି ଉପହାର ଦିଆଯାଇଛି । ସନ୍ଧ୍ୟାରେ ମହାଆଳତି ପରେ ମାତା ପାର୍ବତୀଙ୍କୁ ସାଥୀରେ ନେଇ ମହାଦେବ ମନ୍ଦିର ଫେରିବା ପରେ ଶେଷ ହେବ ଶୀତଳଷଷ୍ଠୀ ଯାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.