ଚାଲି ଚାଲି ଝାଡ଼ଖଣ୍ଡ ଯାଉଥିବା ବେଳେ ବାଲେଶ୍ୱରରୁ ଧରା ହେଲେ ୬ ଜଣ ଶ୍ରମିକ

ବାଲେଶ୍ୱର: ବାଲେଶ୍ୱର ସହରରୁ ଝାଡ଼ଖଣ୍ଡ ଫେରନ୍ତା ୬ ଜଣ ଶ୍ରମିକ ଧରାପଡ଼ିଛନ୍ତି । ସେମାନେ ଜାତୀୟ ରାଜପଥରେ କଟକରୁ ଝାରଖଣ୍ଡ ଯିବା ପାଇଁ ପାଦରେ ଚାଲି ଚାଲି ଆସିଥିଲେ । ପ୍ରଥମେ ଏହି ରଜାମୀସ୍ତ୍ରୀ ମାନେ ପାଦରେ ଚାଲି ଚାଲି ଟ୍ରାକ ସାହାଯ୍ୟରେ ବାଲେଶ୍ୱର ଜାତୀୟ ରାଜପଥ ନିକଟରେ ପହଂଚିଥିଲେ । ପରେ କିନ୍ତୁ ରାସ୍ତା ଜାଣି ନପାରି ବାଲେଶ୍ୱର ସହର ମଧ୍ୟକୁ ବାଉଳାରେ ପ୍ରବେଶ କରିଥିଲେ ।

ବାଲେଶ୍ୱର ପୋଲିସ ଏମାନଙ୍କୁ ସନ୍ଦେହ କରି ଜିଲ୍ଲା ସ୍ଥିତ ଫକୀର ମୋହନ ଗୋଲେଇ ନିକଟରୁ ଏମାନଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ଵରେଣ୍ଟିଂନ ସେଣ୍ଟରକୁ ନେଇଛନ୍ତି । ପଚରା ଉଚରାରୁ ଏହି ରାଜମିସ୍ତ୍ରୀମାନେ କଟକ ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଜଣାଯାଇଛି । ଏମାନେ ସମସ୍ତେ ଝାଡ଼ଖଣ୍ଡ ରାଜ୍ୟ ପାକୁର ଅଂଚଳର ସ୍ଥାୟୀ ବାସିନ୍ଦା ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.