ଖଡି ପଥରରେ ସବୁଠାରୁ କ୍ଷୁଦ୍ରତମ ରଥ: ଉଭୟ ଏସିଆ ଓ ଇଣ୍ଡିଆ ବୁକ ଓଫ ରେକର୍ଡରେ ସ୍ଥାନ ପାଇଲେ ଏନ.ପ୍ରତ୍ୟୁଷ

ଫୁଲବାଣୀ(କେନ୍ଯୁଜ୍): ନିଖୁଣ କାରିଗରୀର ନମୂନା । ଲାଗୁଛି ଯେମିତି ସତସତିକା ରଥ ଠିଆ ହୋଇଛି । ଆପଣ ଅନେକ କାରିଗରୀ ଦେଖିଥିବେ। କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି। ଜଣେ କାରିଗର କେତେ ଶ୍ରମ ଦେଇ ର୍ନିଜୀବ ବସ୍ତୁକୁ ଦେଇଥାଏ ଜୀବନ । ଏଥିପାଇଁ ଟିକେ ସ୍ୱୀକୃତି ଓ ପ୍ରଶଂସା ମିଳିଲେ କାରିଗରକୁ ଆତ୍ମତୃପ୍ତି ମିଳେ । ବଡ ବଡ କାରୁକାର୍ଯ୍ଯ କରି କିଏ ଅନେକ ପ୍ରଶଂସା ସାଉଣ୍ଟି ଥାଏ ,କିନ୍ତୁ ଏପରି ଜଣେ କାରିଗର ଯିଏ କ୍ଷୁଦ୍ର ରୁ କ୍ଷୁଦ୍ରତମ ମୂର୍ତି ତିଆରି କରି ଏବେ ଚର୍ଚ୍ଚାରେ।

କନ୍ଧମାଳ ଫୁଲବାଣୀ ନାଦିଖଣ୍ଡି ସାହିର ଏନ.ପ୍ରତ୍ୟୁଷ କୁମାର ଚୌଧରୀ । ଏସିଆ ମହାଦେଶରେ ଖଡି ପଥରରେ ସବୁଠାରୁ କ୍ଷୁଦ୍ର ତମ ରଥ ନିର୍ମାଣ କରି ଉଭୟ ଏସିଆ ବୁକ ଓଫ ରେକର୍ଡ ଓ ଇଣ୍ଡିଆ ବୁକ ଓଫ ରେକର୍ଡରେ ସ୍ଥାନ ପାଇଛନ୍ତି । ପ୍ରତ୍ୟୁଷ ଗତ ରଥ ଯାତ୍ରା ବେଳେ ଖଡି ପଥର ରେ ୧.୯ ସେମି ଉଚ୍ଚ ଓ ୨.୫ ସେମି ଲମ୍ବ ର ଏକ ରଥ ନିର୍ମାଣ କରି ଚର୍ଚା କୁ ଆସିଥିଲେ । ଏବଂ ସେହି ରଥ ଆଜି ଏସିଆ ମହାଦେଶ ଓ ଭାରତ ର ସବୁଠାରୁ ଛୋଟ ରଥ ଭାବେ ପ୍ରମାଣିତ ହୋଇଛି ।

ratha

ଏଥି ପାଇଁ ଏସିଆ ବୁକ ଓଫ ରେକର୍ଡ ପକ୍ଷରୁ ତାଙ୍କୁ ଗତ ଅଗଷ୍ଟ ୧୨ ତାରଖରେ ସମ୍ମାନିତ କରାଯାଇଥିଲା । ପ୍ରତ୍ୟୁଷ ଖାଲି କନ୍ଧମାଳ କାହିଁକି ,ସାରା ଓଡିଶା ପାଇଁ ଗର୍ବ ଆଣିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବାପା ଓ ମା । ପ୍ରତ୍ୟୁଷଙ୍କର ଏହି କୃତିତ୍ଵରେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି।

ତେବେ ଅନେକ ପ୍ରଶଂସା ସାଉଣ୍ଟୁଥିବା ପ୍ରତ୍ୟୁଷ ଆଗକୁ ଲିମିକା ବୁକ ଓଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି। ତାଙ୍କର ଏଭଳି ଦ୍ରୁଢ ଇଛାଶକ୍ତି ଆଉ ପରିଶ୍ରମ ଜାରି ରଖିଲେ ସେ ଭବିଷ୍ଯତ ପାଇଁ ଦେଖିଥିବା ଏକ୍ଷ ମଧ୍ଯ ପୂରଣ କରିପାରିବେ ଏଥିରେ ଦ୍ବନ୍ଦ ନାହିଁ ।

 

ଫୁଲବାଣୀରୁ ଅଜିତ୍ ମହାରଣା , କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.