Below header

ଆଉ କିଛି ଲାଭ ନାହିଁ, ଆଜି କେବଳ ଔପଚାରିକ ଭାବେ ନାମିବ୍ୟା ସହିତ ଖେଳିବ ଟିମ୍‌ ଇଣ୍ଡିଆ

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨) ଶେଷ ମ୍ୟାଚ୍‌ରେ ଭାରତ ଓ ନାମିବ୍ୟା ପରସ୍ପରକୁ ଭେଟିବେ । ସେମି ଫାଇନାଲ ରେ ଖେଳିବାକୁ ଥିବା ୪ଟି ଟିମ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇସାରିଥିବାରୁ ଏହି ମ୍ୟାଚ୍‌ କେବଳ ଔପଚାରିକ ଭାବେ ଖେଳାଯିବ।। ଆଜିର ମ୍ୟାଚ୍‌ରେ ଭାରତ ଜିତିଲେ ମଧ୍ୟ ସେମି ଫାଇନାଲ୍‌ରେ ପ୍ରବେଶ କରିପାରିବ ନାହିଁ । ତେଣୁ ଏହି ମ୍ୟାଚର କିଛି ଗୁରୁତ୍ୱ ନାହିଁ। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଟିମ୍‌ ମେମ୍ବରଙ୍କ ମଧ୍ୟ ମନୋବଳ ଭାଙ୍ଗି ପଡିଛି।

ପାକିସ୍ତାନ ୫ରୁ ୫ ଏବଂ ନ୍ୟୁଜିଲାଣ୍ଡ ୫ରୁ ୪ ଜିତି ଏହି ଗ୍ରୁପ୍‌ର ପ୍ରଥମ ଦୁଇ ସ୍ଥାନରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଟି-୨୦ରେ କେବେ ବି ଭାରତ ଓ ନାମିବ୍ୟା ମୁହାଁମୁହିଁ ହୋଇନାହାନ୍ତି। ପ୍ରଥମ ଥର ଲାଗି ଚଳିତ ବିଶ୍ୱକପ୍‌ରେ ଦୁବାଇରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୨ ଟି-ଟ୍ୱେଣ୍ଟି ବିଶ୍ୱକପ ସେମି ଫାଇନାଲ୍‌ରେ ପହଞ୍ଚି ପାରି ନଥିଲା । ଏହାପରେ ଦଳ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍‌ ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫି ରନର୍ସ ଅପ୍‌ ହୋଇଥିଲା । ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା । ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ରନର୍ସ ଅପ୍‌ ହୋଇଥିଲା ଓ ୨୦୧୬ରେ ସେମି ଫାଇନାଲ୍‌ ଖେଳିଥିଲା । ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ଭାରତ ରନର୍ସ ଅପ୍‌ ହୋଇଥିଲା ।

ଅନ୍ୟ ପଟରେ ଭରତୀୟ ଦଳ ପରିବାର ସହ ସ୍ୱଦେଶ ଫେରିବା ପାଇଁ ପ୍ରସ୍ତୁତ ହେଉଥିବ । ଯଥା ସମ୍ଭବ ଘରକୁ ଫେରି ବିଶ୍ରାମ ନେଲେ ପରବର୍ତ୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ପ୍ରସ୍ତୁତ ହେବ ।

ଭାରତ: ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.