Below header

ହ୍ଵାଟସଆପ୍‌ ଆଣିଲା ନୂଆ ଫିଚର ,ଏଣିକି ଏକାଧିକ ଡିଭାଇସରେ ଖୋଲିବ ଆକାଉଣ୍ଟ

ହ୍ଵାଟସଆପ୍‌ ଏହାର ୟୁଜର୍ସ ମାନଙ୍କ ପାଇଁ ନୂଆ ନୂଆ ଅବଡେଟ୍ ଆଣି ଦେଇଥାଏ, ବର୍ତ୍ତମାନ କମ୍ପାନୀ ମଲ୍ଟି-ଡିଭାଇସ୍ ଫିଚର ଲଞ୍ଚ କରିଛି, ଏହାର ସାହାଯ୍ୟରେ ଯେକୌଣସି ଉପଭୋକ୍ତା ଚାରୋଟି ଡିଭାଇସରେ ହ୍ଵାଟସଆପ୍‌ ଆକାଉଣ୍ଟ ବ୍ୟବହାର କରିବାରେ ସକ୍ଷମ ହେବେ। ଏହି ଫିଚରର ବିଶେଷ କଥା ହେଉଛି, ଏଣିକି ଉପଭୋକ୍ତାମାନଙ୍କୁ ଲାପଟପ୍, ଟାବଲେଟ୍ କିମ୍ବା ଅନ୍ୟ କୌଣସି ଡିଭାଇସରେ ହ୍ଵାଟସଆପ୍‌ ବ୍ୟବହାର କରିବା ପାଇଁ ଇଣ୍ଟରନେଟ୍ ସହିତ ଲଗାତାର ସଂଯୋଗ ରଖିବାକୁ ପଡିବ ନାହିଁ ।

ଏହି ଫିଚର ସାହାଯ୍ୟରେ ହ୍ଵାଟସଆପ୍‌ ୱେବ୍ ୟୁଜର୍ସ ମାନେ ବିନା ଇଣ୍ଟରନେଟ୍ ରେ ମଧ୍ୟ ସ୍ମାର୍ଟଫୋନ୍ ରେ ମେସେଜ ପଠାଇ ପାରିବେ। ସ୍ମାର୍ଟଫୋନ୍ ବିନା ହ୍ଵାଟସଆପ୍‌ ୱେବ୍ ବ୍ୟବହାର କରିବାକୁ ଉପଭୋକ୍ତାଙ୍କୁ ବିଟା ପ୍ରୋଗ୍ରାମରେ ସାମିଲ ହେବାକୁ ପଡିବ। କେବଳ ସେତେବେଳେ ହିଁ ଉପଭୋକ୍ତା ମାନେ ଏହି ଫିଚର ବ୍ୟବହାର କରିବାକୁ ସମର୍ଥ ହେବେ । ଏହି ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ କୁ ସପୋର୍ଟ କରେ, ଏବଂ ସେଥିପାଇଁ ଏହା ମାଧ୍ୟମରେ ପଠାଯାଇଥିବା ସମସ୍ତ ଚାଟ୍ ସୁରକ୍ଷିତ ରହିବ।

ଯଦି ଆପଣ ଏହି ବିଟାର ସଂସ୍କରଣରେ ଯୋଗ ଦେବାକୁ ଏବଂ ସ୍ମାର୍ଟଫୋନ୍ ବିନା ହ୍ଵାଟସଆପ୍‌ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସ୍ମାର୍ଟଫୋନ୍ ହ୍ଵାଟସଆପ୍‌ ୱେବ୍, ଡେସ୍କଟପ୍ କିମ୍ବା ପୋର୍ଟାଲ୍ ସହିତ ବ୍ୟବହାର କରୁଥିବା ହ୍ଵାଟସଆପ୍‌ ର ସଂସ୍କରଣ ସହିତ ଲିଙ୍କ୍ କରିବାକୁ ପଡିବ ।

ଏହି ପ୍ରକ୍ରିୟା କେବଳ ଥରେ କରିବା ଆବଶ୍ୟକ। ଏହା ପରେ, ୟୁଜର୍ସ ମାନେ ସ୍ମାର୍ଟଫୋନ୍ ବିନା ହ୍ଵାଟସଆପ୍‌ ୱେବ୍ ରେ ଏକ୍ସସେସ କରିବାକୁ ସକ୍ଷମ ହେବେ। କିଛି ଡିଭାଇସ୍ ପାଇଁ ଏହି ଫିଚର ହ୍ଵାଟସଆପ୍‌ ୱେବ୍ କିମ୍ବା ଡେସ୍କଟପ୍ ମାଧ୍ୟମରେ ସିଧାସଳଖ ଅଡିଓ ଏବଂ ଭିଡିଓ କଲିଂ ମଧ୍ୟ ସାମିଲ ଅଛି ।

ଏହି ପରି ମଲ୍ଟି-ଡିଭାଇସ୍ ଫିଚର ବିଟା ପ୍ରୋଗ୍ରାମରେ ସାମିଲ କରନ୍ତୁ

ଫୋନ୍‌ରେ ହ୍ୱାଟ୍‌ସଆପ୍‌ ଖୋଲନ୍ତୁ ।

ଏହା ପରେ ସ୍କ୍ରିନ୍‌ର ଉପରିସ୍ଥ ଡାହାଣପାଶ୍ୱର୍ରେ ଥିବା ୩ଟି ବିନ୍ଦୁ ଉପରେ ଟ୍ୟାପ୍‌ କରିବାକୁ ହେବ ।

ଏହାପରେ ‘ଲିଙ୍କ୍‌ଡ ଡିଭାଇସେସ୍‌’ରେ ଟ୍ୟାପ୍‌ କରିବା ପରେ ‘ମଲ୍ଟି-ଡିଭାଇସ୍‌ ବିଟା’ ଉପରେ ପୁଣି ଟ୍ୟାପ୍‌ କରିବାକୁ ହେବ ।

ଏହାପରେ ହ୍ୱାଟ୍‌ସଆପ୍‌ରେ ଏକ ପେଜ୍‌ ପ୍ରଦର୍ଶିତ ହେବ, ଯେଉଁଥିରେ ସମ୍ପୃକ୍ତ ବୈଶିଷ୍ଟ୍ୟ ବାବଦରେ ସୂଚନା ଥିବ ।

ଏହାପରେ ‘ଜଏନ୍‌ ବିଟା’ ବଟନ୍‌ରେ ଟ୍ୟାପ୍‌ କରି ‘କଣ୍ଟିନ୍ୟୁ’ ବଟନ୍‌କୁ ଟ୍ୟାପ୍‌ କରିବାକୁ ପଡ଼ିବ ।

ଲାପଟପ୍, ଡେସ୍କଟପ୍ କିମ୍ବା ଟାବଲେଟରେ ହ୍ୱାଟ୍‌ସଆପ୍‌ ଖୋଲନ୍ତୁ |

ଏହାପରେ ୟୁଜରମାନେ ସ୍ମାର୍ଟଫୋନ୍‌କୁ ହ୍ୱାଟ୍‌ସଆପ୍‌ ୱେବ୍‌ ସହ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଲିଙ୍କ୍‌ କରାଇ ପାରିବେ ।

ଏହା ପରେ ଉଭୟ ଡିଭାଇସ୍ ବର୍ତ୍ତମାନ ସଂଯୁକ୍ତ ହେବ ଏବଂ ହ୍ୱାଟ୍‌ସଆପ୍‌ ୱେବ୍ ମେସେଜ୍ ସିଂଗକ୍ରନାଇଜ କରିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.