ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆମେରିକାକୁ ସାହାଯ୍ୟ ମାଗିଲା ସିବିଆଇ, ଡିଲେଟ ଚାଟ୍‌ ଏବଂ ଇ-ମେଲ୍‌କୁ ଖୋଳତାଡ କରିବ ଏଜେନ୍ସୀ

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଆମେରିକାର ସାହାଯ୍ୟ ଲୋଡିଛି। ସୁଶାନ୍ତ ସିଂ ରାଜପୁତଙ୍କ ଇ-ମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟାକୁ ପୁଣି ପାଇବା ପାଇଁ ସିବିଆଇ ଆମେରିକାର ସହାୟତା ମାଗିଛି। ସୁଶାନ୍ତଙ୍କ ମୃତ୍ୟୁଦିନ କ’ଣ ଘଟିଥିଲା, କ’ଣ କଥା ହୋଇଥିଲେ, କେଉଁ ସବୁ ଚାଟ୍‌ ଡିଲିଟ୍‌ ହୋଇଛି, ଖାସ୍‌ ଏହି କାରଣ ଯୋଗୁଁ ଡାଟାକୁ ହାସିଲ କରିବା ପାଇଁ ଚାହୁଁଛି ସିବିଆଇ।

ସୂଚନା ଅନୁଯାୟୀ, ଏମ୍‌ଏଲ୍‌ଏଟି ଅନୁଯାୟୀ କାଲିଫର୍ଣ୍ଣିଆରେ ଅବସ୍ଥିତ ଗୁଗୁଲ୍ ଏବଂ ଫେସବୁକରୁ ସିବିଆଇ ଏହି ସୂଚନା ମାଗିଛି। ଡିଲିଟ୍ ହୋଇଥିବା ମେଲ୍ ଏବଂ ଚାଟ୍ ର ସମସ୍ତ ସୂଚନା ଉଭୟ କମ୍ପାନୀକୁ ମଗାଯାଇଛି। ଭାରତ ଏବଂ ଆମେରିକା ମଧ୍ୟରେ ଏକ ଏମ୍‌ଏଲ୍‌ଏଟି (mutual legal assistance treaty) ରହିଛି, ଯାହା ଅଧୀନରେ ଉଭୟ ପକ୍ଷ ଘରୋଇ ମାମଲାର ଅନୁସନ୍ଧାନରେ ସୂଚନା ଖୋଜି ପାରିବେ। ଭାରତରେ, ଗୃହ ମନ୍ତ୍ରଣାଳୟ ଏମ୍‌ଏଲ୍‌ଏଟି ଅଧୀନରେ କୌଣସି ସୂଚନା ପଠାଇବା କିମ୍ବା ଗ୍ରହଣ କରିବାର କେନ୍ଦ୍ର ହୋଇଥିବାବେଳେ ଆମେରିକାରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଗ୍ରହଣ କରାଯାଇଛି।

ଏମ୍‌ଏଲ୍‌ଏଟିର ଜଣେ ଅଧିକାରୀ କହିଛନ୍ତି, ‘ମାମଲା ଶେଷ ହେବା ପୂର୍ବରୁ ଆମେ କୌଣସି ପ୍ରକାର ଚେଷ୍ଟା ମଧ୍ୟ ଛାଡିବୁ ନାହିଁ।ଏମିତି କିଛି ଡିଲିଟ୍ ଚାଟ୍ କିମ୍ବା ପୋଷ୍ଟ ରହିଛି ଯାହା ଏହି ମାମଲାରେ ସହାୟକ ହୋଇପାରେ, ଖାସ୍‌ ଏଥିପାଇଁ ଏହାକୁ ଆମେ ଜାଣିବାକୁ ଚାହୁଁଛୁ। ଏମ୍‌ଏଲ୍‌ଏଟି ଅଧୀନରେ ସୂଚନା ପାଇବାକୁ ବହୁତ ସମୟ ଲାଗିଥାଏ ତେଣୁ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଶେଷ କରିବାକୁ ଅଧିକ ସମୟ ଲାଗିପାରେ।ଖାସ୍‌ କରି ମାମଲାକୁ ସବୁ ଦିଗରୁ ଯାଞ୍ଚ କରାଯାଇ ଏହାର ତଦନ୍ତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.