ଧରାପଡିଲା ଭୁବନେଶ୍ୱରର ବୁଦ୍ଧିମାନ ଚୋର, ୭ଟି ବାଇକ୍ ଜବତ

ଆଜି ଏମିତି ଜଣେ ଗାଡ଼ି ଚୋର ବିଷୟରେ ଜଣାଇବାକୁ ଯାଉଛୁ ଜାଣିଲେ ମୁଣ୍ଡରେ ହାତ ଦେବେ। ଗାଡି ଚୋର ଜଣଙ୍କ ଏମିତି ବୁଦ୍ଧି ଖର୍ଚ୍ଚ କରୁଥିଲେ ଆଗରୁ କେବେ ବି କୋଉଠି ବି ଆପଣମାନେ ଶୁଣି ନଥିବେ ।

ଭୁବନେଶ୍ୱର(କେନ୍ୟୁଜ୍) : ଚୋର ଚୋର ଯୁଆଡେ ଦେଖିବ ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ। ମୁହଁ ବୁଲାଇଲେ ଏଠି ଆପଣ ମାନଙ୍କ ଭିତରୁ କାହାର ନା କାହାର କିଛି ନା କିଛି ଗାୟବ କରିଥିବେ ଚୋର। ହେଲେ ଆଜି ଏମିତି ଜଣେ ଗାଡ଼ି ଚୋର ବିଷୟରେ କହିବାକୁ ଯାଉଛୁ ଶୁଣିଲେ ମୁଣ୍ଡରେ ହାତ ଦେବେ। ଗାଡି ଚୋର ଜଣଙ୍କ ଏମିତି ବୁଦ୍ଧି ଖର୍ଚ୍ଚ କରୁଥିଲେ ଆଗରୁ କେବେ ବି କୋଉଠି ବି ଆପଣମାନେ ଶୁଣି ନଥିବେ ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ୧୪ ଅଗଷ୍ଟ ସନ୍ଧ୍ୟା ସମୟରେ ଦିନେଶ ସୁବୁଦ୍ଧି ନାମକ ଜଣେ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଆସି ଅଭିଯୋଗ କରିଥିଲେ କି ସେ ସନ୍ଧ୍ୟା ସମୟରେ ନିଜ ମଟରସାଇକେଲକୁ ଫରେଷ୍ଟ ପାର୍କ ପାଖରେ ରଖି ଭିତରକୁ ଯାଇଥିଲେ । ପରେ ଆସି ଦେଖନ୍ତି ତ ଦିନେଶଙ୍କ ଗାଡିଟି ସେଠାରେ ନଥିଲା । ଯାହାପରେ ଦିନେଶ ତୁରନ୍ତ ଆସି କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଦିନେଶଙ୍କ ଅଭିଯୋଗକୁ ଆଧାର କରି କ୍ୟାପିଟାଲ ଥାନା ପୋଲିସ ଖୋଳ ତାଡ ଆରମ୍ଭ କରିଥିଲେ ।

ବିଭିନ୍ନ ସ୍ଥାନରେ ନଜର ରଖିଥିଲେ। ତେବେ ଘଟଣା ଦିନ ଏକ ପାଟ୍ରୋଲିଙ୍ଗ ଟିମ୍  ବିଶେଷ ସୂତ୍ରରୁ ଖବର ପାଇଲେ କି ୟୁନିଟ୍-୨ ନିକଟସ୍ଥ କଂଗ୍ରେସ ଭବନ ପାଖରେ ଜଣେ ଯୁବକ କମ୍ ଦରରେ ଗୋଟିଏ ମୋଟର ସାଇକେଲ ବିକ୍ରି କରିବାକୁ ଗ୍ରାହକଙ୍କ ସନ୍ଧାନରେ ରହିଛି । ଠିକ୍ ଏହି ସମୟରେ ପେଟ୍ରୋଲିଙ୍ଗ ଟିମ୍ ଉକ୍ତ ଯୁବକକୁ ଆସି କାବୁ କରିଥିଲେ । କାବୁ କରି ତା ଠାରୁ ୭ଟି ମଟର ସାଇକେଲ ଜବତ କରିଥିଲେ। ତେବେ ଚୋର ଯୁବକ ଜଣଙ୍କ ନାମ ହେଉଛି ଜିତେନ୍ଦ୍ର କରୁଆ ।  ଗାଁ ନା ଦେବଗଡିଆ ଥାନା ଗୋରିଡିଝାଟିଆ, ଜିଲ୍ଲା ହେଉଛି କଟକ ।

ଏହି ଚୋର ବିଷୟରେ ଯାହା ତଥ୍ୟ ପୋଲିସ ଠାରୁ ହସ୍ତଗତ ହୋଇଥିଲା ତାହା ସବୁଠାରୁ ଆଶ୍ଚର୍ଯ୍ୟ ଆଉ କୌତୁହଳ ଥିଲା। ଏହି ଗାଡି ଚୋର ଜିତେନ୍ଦ୍ର ଅନେକ ଲୋକଙ୍କର ଅନେକ ଗାଡି ଚୋରୀ କରିଛି।  ଦୁଇ ତିନି ଥର କୋର୍ଟ ଚାଲାଣ ହୋଇଛି । ହେଲେ ତାର ଚୋରୀ କରିବାର ତରିକା ସମ୍ପୂର୍ଣ ଭିନ୍ନ। ଚୋର ଜିତେନ୍ଦ୍ର ବିଭିନ୍ନ ପାର୍କ ମାନଙ୍କ ସମ୍ମୁଖରେ ରଖା ଯାଇଥିବା ଗାଡି କୁ ଟାର୍ଗେଟ କରେ। ଯେଉଁ ଗାଡି ମାଷ୍ଟର ଚାବି ରେ ଖୋଲିଲା ତାକୁ ଚୋରୀ କରି ନେଇ ରଖିଦିଏ ମେଡିକାଲ ପର୍କିଙ୍ଗ କିମ୍ବା ରେଲୱେ ଷ୍ଟେସନ ପାର୍କିଂ ଭିତରେ।

ଯାହାକି କେହି ଟେର ପାଇବେନି ଯେ କାହା ଗାଡି କିଏ ରଖିଛି ? ତାପରେ ସେଠାରୁ ଗୋଟିଏ ଗୋଟିଏ କରି କମ୍ ଦାମ୍ ରେ ଗ୍ରାହକମାନଙ୍କୁ ଦେଖି ବିକ୍ରି କରେ । ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଲା ପରେ ପୋଲିସ ତାଜୁବ ହୋଇ ଯାଇଥିଲା ଯୁବକ ଜଣଙ୍କ ବୁଦ୍ଧି ଦେଖି । ଶେଷରେ ପୋଲିସ ତାକୁ ଗିରଫ କରି ମାମଲା ରୁଜ୍ଜୁ କରି କୋର୍ଟ ପଠାଇଥିଲା । ଆପଣ ମାନେ ଏହି ଚୋରକୁ ଠିକ ସେ ଦେଖନ୍ତୁ ଆଉ ଚିହ୍ନି ରଖନ୍ତୁ। ଯଦି ଆପଣ ଅଞ୍ଚଳରେ ଦେଖା ଦେଲା ତେବେ ଆପଣ ମାନେ ସତର୍କ ରୁହନ୍ତୁ ଏହି ଚୋର ପ୍ରତି। ଆଉ ଯେଉଁ ମାନଙ୍କର ସବୁ ଗାଡି ଗାୟବ ହୋଇଛି କ୍ୟାପିଟାଲ ଥାନାକୁ ଆସି ଚିହ୍ନଟ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.