ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ମଣିଷ! ସାପ କାମୁଡି ଦେବାରୁ ଚାଲିଲା ଝଡାଫୁଙ୍କା

ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ମଣିଷ! ସଚେତନତା ସତ୍ତ୍ୱେ ଡାକ୍ତରୀ ଚିକିତ୍ସାକୁ ଚ୍ୟାଲେଞ୍ଜ କରି ମଣିଷ କିପରି ଗୁଣିଗାରେଡ଼ି ଉପରେ ଅଧିକ ବିଶ୍ୱାସ ରଖୁଛ, ତାହାର ଉଦାହରଣ ପୁଣି ଦେଖିବାକୁ ମିଳିଛି । ସାପ କାମୁଡ଼ାର ଚିକିତ୍ସା ପାଇଁ ଲୋକେ ଦେଶୀ ଓ ଗୁଣି ଗାରେଡି ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ଯାଜପୁର ଜିଲ୍ଲା ବାଛୁଆରୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।

ଯାଜପୁର ଟାଉନ(କେନ୍ୟୁଜ୍): ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ମଣିଷ! ସଚେତନତା ସତ୍ତ୍ୱେ ଡାକ୍ତରୀ ଚିକିତ୍ସାକୁ ଚ୍ୟାଲେଞ୍ଜ କରି ମଣିଷ କିପରି ଗୁଣିଗାରେଡ଼ି ଉପରେ ଅଧିକ ବିଶ୍ୱାସ ରଖୁଛ, ତାହାର ଉଦାହରଣ ପୁଣି ଦେଖିବାକୁ ମିଳିଛି । ସାପ କାମୁଡ଼ାର ଚିକିତ୍ସା ପାଇଁ ଲୋକେ ଦେଶୀ ଓ ଗୁଣି ଗାରେଡି ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ଯାଜପୁର ଜିଲ୍ଲା ବାଛୁଆରୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।

ଗାଁର ସୁକଦେବ ଦଳାଇଙ୍କୁ ଗତକାଲି ଏକ ସାପ କାମୁଡି ଦେଇଥିଲା। ଯାହାର ଚିକିତ୍ସା ପାଇଁ ଗାଁର କାଞ୍ଜିଆ ମୁଣ୍ଡାଙ୍କ ପାଖକୁ ଯାଇଥିଲେ। ସେଠାରେ ଝଡା ଫୁଙ୍କା କରୁଥିବା ବେଳେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ସୁକଦେବଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି।

ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ହେଉଛି। ତଥାପି ଅନ୍ଧବିଶ୍ୱାସର ଅନ୍ଧାରି ଗଳିରୁ ମଣିଷ ମୁକୁଳି ପାରୁନି। ମଣିଷ ଗୋଟେପଟେ ଏଠି ଚନ୍ଦ୍ରରେ ଜାଗା କିଣିଲାଣି ହେଲେ, ଅନ୍ଯପଟେ ଏଠି ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛଘୁଞ୍ଚା ଦେଉନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.