ଆନ୍ଦୋଳନରୁ ଓହରିଲା ବସ୍ ମାଲିକ ସଂଘ: ଟ୍ୱିନ ସିଟିରେ ସ୍ୱାଭାବିକ ହେଉଛି ବସ୍ ସେବା, ବିଭିନ୍ନ ରୁଟ୍ରେ ଗଡୁଛି ଗାଡି
ଧୀରେ ଧୀରେ ବସ ଚଳାଚଳ ସ୍ୱାଭାବିକ ହେଉଛି। ବରମୁଣ୍ଡ ବସ ଷ୍ଟାଣ୍ଡରୁ ରାଜ୍ୟରେ ବିଭିନ୍ନ ସ୍ଥାନକୁ ବସ ଚଳାଚଳ ସ୍ବଭାବିକ ହେଉଛି।ସେହିପରି କଟକ ବାଦାମ ବାଡ଼ି ବସ ଷ୍ଟାଣ୍ଡରୁ ବସ ଚଳାଚଳ ସ୍ୱାଭାବିକ ହୋଇଛି।।ଷ୍ଟାଣ୍ଡରୁ ପୁଣି ବସ ବିଭିନ୍ନ ସ୍ଥାନକୁ ଯାତ୍ରୀଙ୍କୁ ନେଇ ବାହାରୁଛି।

ଭୁବନେଶ୍ୱର (କେନ୍ୟୁଜ): ଆନ୍ଦୋଳନରୁ ଓହରିଲା ବସ୍ ମାଲିକ ସଂଘ । ଧୀରେ ଧୀରେ ବସ ଚଳାଚଳ ସ୍ୱାଭାବିକ ହେଉଥିବା କହିଛନ୍ତି ରାଜ୍ୟ ବସ ମାଲିକ ସଂଘ । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଗତ ୨ ଦିନ ଧରି ବସ୍ ଚଳାଚଳ ଠପ୍ ହୋଇଥିଲା। ବସ ଚଳାଚଳ ସ୍ୱାଭାବିକ କରିବା ପାଇଁ ସବୁ ସଂଘ ସହ ଆଲୋଚନା ହୋଇଥିବା କହିଛନ୍ତି ଦେବେନ୍ଦ୍ର କୁମାର ସାହୁ । କିଛି ସ୍ଥାନରେ ଅସୁବିଧା ଦେଖାଦେଇଛି । ସେହିଭଳି ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବସ ରାଜପଥରେ ଛିଡା କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାକୁ ପ୍ରତ୍ୟାହାର କରାଗଲା ବୋଲି ଦେବେନ୍ଦ୍ର ସାହୁ କହିଛନ୍ତି ।
ଭୁବନେଶ୍ୱରରେ ବି ଗଡ଼ିଲାଣି ଯାତ୍ରୀବାହୀ ବସ । ହେଲେ ବସରେ ହେଉ ନାହାଁନ୍ତି ଆବଶ୍ୟକ ସଂଖ୍ୟକ ଯାତ୍ରୀ। ବରମୁଣ୍ଡ ବସ ଷ୍ଟାଣ୍ଡରୁ ରାଜ୍ୟରେ ବିଭିନ୍ନ ସ୍ଥାନକୁ ବସ ଚଳାଚଳ ସ୍ବଭାବିକ ହେଉଛି। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପରେ ଯାତ୍ରୀ ପରିବହନ ପ୍ରଭାବିତ ହୋଇଥିଲା। ସେହିପରି କଟକ ବାଦାମ ବାଡ଼ି ବସ ଷ୍ଟାଣ୍ଡରୁ ବସ ଚଳାଚଳ ସ୍ୱାଭାବିକ ହୋଇଛି।।ଷ୍ଟାଣ୍ଡରୁ ପୁଣି ବସ ବିଭିନ୍ନ ସ୍ଥାନକୁ ଯାତ୍ରୀଙ୍କୁ ନେଇ ବାହାରୁଛି।। ସକାଳୁ ଷ୍ଟାଣ୍ଡରେ ଯାତ୍ରୀଙ୍କ ସଂଖ୍ୟ ଟିକେ କମ ରହିଥିବାର ଦେଖିବାକୁ ମିଳିଛି।