ବିରାଟକାୟ ଅହିରାଜ ଉଦ୍ଧାର, ଗଛ ଉପରେ ଦେଖି ଲୋକେ ଭୟଭୀତ

ମାଲକାନଗିରି(କେନ୍ୟୁଜ): ମାଲକାନଗିରି ଜିଲ୍ଲା ଏମଭି ୧୧ ଗାଁ ନିକଟରେ ବିରାଟକାୟ କିଙ୍ଗ କୋବ୍ରା ସାପ ଉଦ୍ଧାର । ଗାଁ ମଧ୍ୟରେ ଏକ ଗଛ ଉପରୁ ଏହି ସାପଟିକୁ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଲୋକେ ଭୟଭିତ ହୋଇଯାଇଥିଲେ । ସଂଗେ ସଂଗେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ନେହାସିସ ନାୟକଙ୍କ ନେତୃତ୍ୱରେ ଏକ ଟିମ ଯାଇ ସାପକୁ ଉଦ୍ଧାର କରିଛନ୍ତି ।

କିଙ୍ଗ କୋବ୍ରାର ଲମ୍ବ ୧୨ ଫୁଟ ଥିବା ବେଳେ ଓଜନ ୨୦କେଜିରୁ ଅଧିକ ହେବ । ମାଲକାନଗିରି ସହରର ଆଖପାଖରୁ ବର୍ତ୍ତମାନ ପର୍ଯନ୍ତ ପାଖାପାଖି ୬ଟି କିଙ୍ଗକୋବ୍ରା ସାପ ଉଦ୍ଧାର କରାଯାଇଛି । ଆଜି ମଧ୍ୟ ଏକ ବିରାଟକାୟ ସାପକୁ ଉଦ୍ଧାର କରି ତାର ଚିକିତ୍ସା କରିବା ପରେ ତାକୁ ଛଡାଯିବ । ବନବିଭାଗ ଏହି ସାପଟିକୁ ଜଙ୍ଗଲ ମଧ୍ୟରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଯାହା ଚର୍ଚ୍ଚା ହେଉଛି ଧିରେ ଧିରେ ଜଙ୍ଗଲ କ୍ଷୟ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ସହରମୁହାଁ ହେଉଛନ୍ତି ଜୀବଯନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.