Below header

ବାଲେଶ୍ବର: ୯ ବର୍ଷର ଅସହାୟ ଜ୍ୟୋତିଶ୍ରୀଙ୍କୁ ମିଳିଲା ୩ ମାସର ରାସନ ଓ ପାଠ ପଢାର ସମସ୍ତ ଖର୍ଚ୍ଚ

ଜଳେଶ୍ବର(କେନ୍ୟୁଜ୍):  ପୁଣି ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି କେନ୍ୟୁଜରେ । ପୁଣି ଜଣେ ଅସହାୟଙ୍କ ନିକଟକୁ ଛୁଟିଛି ସହାୟତାର ସୁଅ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନୟାବାଲି ଗ୍ରାମର ୯ ବର୍ଷର ଅସହାୟ ଝିଅ  ଜ୍ଯୋତିଶ୍ରୀ ପରିଡାଙ୍କ ହୃଦୟବିଦାରକ କାହାଣୀ ଗତକାଲି ପ୍ରଥମେ କେନ୍ଯୁଜରେ ପ୍ରସାରଣ କରିଥିଲୁ ।

jaleswar asahaya

ଖବର  ପରେ ଅନେକ ସହୃଦୟ ବ୍ଯକ୍ତି ତାଙ୍କୁ ସହଯୋଗର ହାତ ବଢାଇବାରେ ଲାଗିଛନ୍ତି।  ଆଜି ଜଳେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ  ଫାଉଣ୍ଡେସନ୍ ସଦସ୍ଯମାନେ ଜ୍ଯୋତିଶ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ୧୧ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ସହିତ ୩ ମାସ ପାଇଁ ସମସ୍ତ ରାସନ ସାମଗ୍ରୀ ମଧ୍ଯ ଯୋଗାଇ ଦେଇଛନ୍ତି।  କେବଳ ସେତିକି  ନୁହେଁ ଭବିଷ୍ଯତରେ ତାର ପାଠ ପଢାର ସମସ୍ତ ଦାୟିତ୍ବ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି , ଏଭଳି ଦୁର୍ଦ୍ଦିନରେ ହେଲ୍ପ ଫର ୟୁ ଫାଉଣ୍ଡେସନର ମହତକାର୍ଯ୍ଯ ପାଇଁ ଗ୍ରାମବାସୀମାନେ କେନ୍ଯୁଜ ପରିବାରର ସଦସ୍ଯଙ୍କୁ ଧନ୍ଯବାଦ ଦେଇଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.