ବୈତରଣୀ ନଦୀବନ୍ଧରୁ ଧସୁଛି ମାଟି ଅତଡ଼ା, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ

ଧସୁଛି ନଦୀ ବନ୍ଧ । ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହି ପଞ୍ଚାୟତ କୁହ୍ଲିବିନ୍ଧା ଗାଁ ପାଖ ଦେଇ ବୋହିଯାଇଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧରୁ ବଡ଼ ବଡ଼ ମାଟି ଅତଡା ଧସିବାରେ ଲାଗିଛି । ଫଳରେ ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ଲୋକେ ।

ଭଦ୍ରକ(କେନ୍ୟୁଜ୍‌): ଧସୁଛି ନଦୀ ବନ୍ଧ । ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହି ପଞ୍ଚାୟତ କୁହ୍ଲିବିନ୍ଧା ଗାଁ ପାଖ ଦେଇ ବୋହିଯାଇଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧରୁ ବଡ଼ ବଡ଼ ମାଟି ଅତଡା ଧସିବାରେ ଲାଗିଛି । ଫଳରେ ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ଲୋକେ । ପାଖାପାଖି ୫୦ ଫୁଟ ଲମ୍ବର ସୁରକ୍ଷା ବନ୍ଧ ଧସି ବୈତରଣୀ ଗର୍ଭକୁ ଚାଲିଯାଇଛି । ପୁଣି ଧସିଥିବା ସ୍ଥାନ ପାଖରୁ ମାଟି ଅତଡା ଧସୁଛି । ତେଣୁ ନଦୀ କୂଳକୁ ଲାଗି ବସବାସ କରୁଥୁବା ପାଖାପାଖି ୩୦ ପରିବାରରଙ୍କ ଚିନ୍ତା ବଢିଯାଇଛି। ଦୀର୍ଘ ୩୦ ବର୍ଷ ହେଲା ବୈତରଣୀ ନଦୀ ସୁରକ୍ଷା ବନ୍ଧକୁ ଖାଇ ଖାଇ ଗାଁ ମୁହାଁ ହୋଇ ଚାଲିଛି । ନଦୀବନ୍ଧର ସୁରକ୍ଷା ପାଇଁ ବାରମ୍ବାର ଗ୍ରାମବାସୀ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି ହେଲେ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.