Below header

JNUରେ ଚାରି ବର୍ଷ ପରେ ଛାତ୍ର ସଂଘ ନିର୍ବାଚନ ଘୋଷଣା, ମାର୍ଚ୍ଚ ୨୨ରେ ଭୋଟିଂ, ୨୪ରେ ଫଳାଫଳ

ଚାରି ବର୍ଷ ପରେ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ର ସଂଘ ନିର୍ବାଚନ ଘୋଷଣା କରାଯାଇଛି । ଏଥର ଷ୍ଟୁଡେଣ୍ଟ୍‌ ୟୁନିୟନ ନିର୍ବାଚନ ମାର୍ଚ୍ଚ ୨୨ରେ ହେବ ।

ଚାରି ବର୍ଷ ପରେ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ର ସଂଘ ନିର୍ବାଚନ ଘୋଷଣା କରାଯାଇଛି । ଏଥର ଷ୍ଟୁଡେଣ୍ଟ୍‌ ୟୁନିୟନ ନିର୍ବାଚନ ମାର୍ଚ୍ଚ ୨୨ରେ ହେବ । ଜେଏନ୍‌ୟୁ ନିର୍ବାଚନ କମିଟି ଛାତ୍ର ସଂଘ ନିର୍ବାଚନ ସମ୍ପର୍କରେ ଘୋଷଣା କରି କହିଛି ଯେ ଆସନ୍ତା ୧୧ ତାରିଖରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ ଏବଂ ୧୪ରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ।

୨୦୨୩-୨୪ ଛାତ୍ର ସଂଘ ନିର୍ବାଚନର ଭୋଟିଂ ମାର୍ଚ୍ଚ ୨୨ରେ ହେବ । ଏହା ପରେ ଭୋଟ ଗଣତି କରାଯାଇ ମାର୍ଚ୍ଚ ୨୪ରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ । ଭୋଟରଙ୍କ ସ୍ଥିତିରେ କୌଣସି ବି ସମ୍ଭାବ୍ୟ ଉନ୍ନତି ପାଇଁ ପ୍ୟାନେଲ ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି । ନାମାଙ୍କନପତ୍ର ଦାଖଲ ପୂର୍ବରୁ ଏହି ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ ।

ମତଦାନ ଦୁଇଟି ପର୍ଯ୍ୟାୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଅପରାହ୍ନ ୧ଟା ଏବଂ ପୁଣି ସାଢ଼େ ୨ଟାରୁ ସାଢ଼େ ୫ଟା ଯାଏ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ଏହି ନିର୍ବାଚନ ବାଲାଟ୍‌ ପେପର୍‌ରେ ହିଁ କରାଯିବ । ଭୋଟିଂର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୦ରେ ପ୍ରେସିଡେନ୍ସିଆଲ୍‌ ଡିବେଟ୍‌ ହେବ । ରବିବାର ନିର୍ବାଚନ କମିଟି ଏବଂ ଛାତ୍ର ସଙ୍ଗଠନର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ବସିଥିଲା, ଯାହାପରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜାରି କରାଯାଇଛି ।

କହି ରଖୁଛୁ, ଜେଏନ୍‌ୟୁ ଛାତ୍ର ସଂଘର ଗତ ନିର୍ବାଚନ ୨୦୧୯ରେ ହୋଇଥିଲା, ଯେଉଁଥିରେ ବାମ ପ୍ରାର୍ଥୀ ଆଇଶୀ ଘୋଷ ନିର୍ବାଚନ ଜିତିଥିଲେ । ଏହାପରେ କୋଭିଡ୍‌ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିଲା । ଏଥର ୪ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି, ଯାହାକୁ ନେଇ ସମସ୍ତ ଦଳର ଛାତ୍ର ସଂଘ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.