ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ

ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଞ୍ଚାୟତ ସାଲତରା ଗାଁର ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି। ଆଖପାଖ ଅଞ୍ଚଳର ଠାକୁର ବିମାନରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପ୍ରତିବର୍ଷ ଶିବ ଚତୁର୍ଦ୍ଦଶୀ ଅବସରରେ ଏଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି ।

ବେଗୁନିଆ(କେନ୍ୟୁଜ୍‌): ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଞ୍ଚାୟତ ସାଲତରା ଗାଁର ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି। ଆଖପାଖ ଅଞ୍ଚଳର ଠାକୁର ବିମାନରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପ୍ରତିବର୍ଷ ଶିବ ଚତୁର୍ଦ୍ଦଶୀ ଅବସରରେ ଏଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି ।

ମହାଶିବରାତ୍ରି ଅବସରରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ କରାଯାଇ ଶତାଧିକ ଶ୍ରଦ୍ଧାଳୁ ଠାକୁରଙ୍କ ଗଙ୍ଗା ପୁଷ୍କରିଣୀରୁ କଳସ ଶୋଭାଯାତ୍ରା ମାଧ୍ୟମରେ କୁମ୍ଭ ସ୍ଥାପନ କରି ବିଭିନ୍ନ ରିତିନୀତି କରାଯାଇଥିଲା। ପରେ ଅଙ୍କୁର ରୋପଣ ଏବଂ ଅନ୍ଯାନ୍ଯ ବିଧିବିଧାନ ସହିତ ତିନିଦିନ ଧରି ଘୃତା ଆହୁତି ପ୍ରଦାନ କରାଯାଇ ଅନ୍ତିମ ଦିବସରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଉଛି। ଏଥିସହିତ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି। ଆଖପାଖ ଅଞ୍ଚଳର ପ୍ରସିଦ୍ଧ ଠାକୁରଙ୍କ ବିଜେ ପ୍ରତିମା ବିମାନରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।ପ୍ରତିବର୍ଷ ଶିବ ଚତୁର୍ଦ୍ଦଶୀ ଅବସରରେ ଏଠାରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏହା ୧୫ତମ ବାର୍ଷିକ ଉତ୍ସବ ହୋଇଥିବା ବେଳେ ଆଖପାଖ ଅଞ୍ଚଳରେ ବାବା ବାଲୁଙ୍କେଶ୍ଵର ଦେବଙ୍କ ବେଶ୍ ପ୍ରସିଦ୍ଧି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.