ବିପଦକୁ ଡାକୁଛି ଚାଷ ଜମିର ନଡ଼ା, ଜଳିବା ଯୋଗୁଁ ବଢୁଛି ପ୍ରଦୂଷଣ

ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ସହ ସହ ଏକର ଚାଷ ଜମିରେ ପଡିରହିଥିବା ନଡାକୁ ଚାଷୀ ମାନେ ପୋଡିଦେଉଥିବା ଦେଖିବାକୁ ମିଳିଛି । ଏହି ନଡାରେ ଲାଗିଥିବା ନିଆଁରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରି ତାହା ବାୟୁମଣ୍ଡଳରେ ମିଶିଥିବାର ଦେଖିବାକୁ ମିଳିଛି । ଏହା ଦ୍ୱାରା ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢିବା ସହିତ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି । ଏହାଦ୍ୱାରା ପରିବେଶ ବିଗିଡିବାରେ ଲାଗିଛି ।

କାକଟପୁର (କେନ୍ୟୁଜ): ଦିନଥିଲା ପାରମ୍ପରିକ ପ୍ରଣାଳୀରେ ଗ୍ରାମାଞ୍ଚଳର ଚାଷୀଭାଇ ମାନେ ଚାଷକାର୍ଯ୍ୟ କରୁଥିଲେ, ଚାଷୀଭାଇ ମାନେ ନିଜ କ୍ଷେତରେ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଉପାର୍ଜନ କରୁଥିଲେ । ବଳଦ ଲଙ୍ଗଳରେ ମାଟିକୁ କର୍ଷଣ କରି ସେଥିରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିଲା ଏବଂ ପ୍ରାକୃତିକ ଉପାୟରେ ଶସ୍ୟ ଉତ୍ପାଦନ ହେଉଥିଲା । ଯାହା ମଣିଷ ସମାଜ ପାଇଁ ଅମୃତ ତୁଲ୍ୟ ଆହାର ଭାବରେ ପ୍ରତିପାଦିତ ହେଉଥିଲା । କିନ୍ତୁ ସମୟ ଆସିଲା ବୈଜ୍ଞାନିକ ଯନ୍ତ୍ରପାତି ସାହାଜ୍ୟରେ କୃଷିକାର୍ଯ୍ୟ ଆରମ୍ଭ ହେଲା, କମ ସମୟରେ ଅଧିକ କାର୍ଯ୍ୟ ହେବା ସହିତ ଚାଷୀ ଭାଇମାନେ ଅଧିକ ଲାଭବାନ ହେଲେ ।

ଯାହାଦ୍ୱାରା ପାରମ୍ପରିକ କୃଷି ଧୀରେ ଧୀରେ ହଜିଗଲା । ଦିନକୁ ଦିନ ଆଧୁନିକ ଯନ୍ତ୍ରର ବିକଶିତ ହେବା ପରେ ଆଜିକାଲିର ଚାଷ କାର୍ଯ୍ୟରେ ମାନବ ସମ୍ବଳ କମ ଏବଂ ବୈଜ୍ଞାନିକ କୃଷି ଯନ୍ତ୍ରପାତିର ବେବହାର ଅପେକ୍ଷାକୃତ ଭାବରେ ବେଶ ଅଧିକ ବଢିଯାଇଛି । ଯାହାଦ୍ୱାରା କମ ସମୟ ଏବ କମ ଖର୍ଚ୍ଚରେ କ୍ଷେତରୁ ସଙ୍ଗେ ସଙ୍ଗେ ଧାନ ଅମଳ ହୋଇପାରୁଛି । କିନ୍ତୁ ଅନ୍ୟ ଏକ ଦିଗରେ ଏହି ବୈଜ୍ଞାନିକ ଯନ୍ତ୍ରପାତିର ବ୍ୟବହାର ଆମ ପରିବେଶ ପାଇଁ ମନୁଷ୍ୟକୃତ ଏକ ବଡ ବିପଦ ଡାକି ଆଣିଛି ।

ଆଧୁନିକ ଧାନ ଅମଳ ମେସିନ ସାହାଯ୍ୟରେ ଚାଷୀ ଭାଇମାନେ ଧାନ ଅମଳ କରି ଘରକୁ ନେଇଯିବା ପରେ ଚାଷ ଜମିରେ ଧାନ ଗଛ ବା ନଡା ବିପୁଳ ପରିମାଣରେ ପଡି ରହୁଛି । ଏହି ନଡାକୁ ଚାଷୀଭାଇ ମାନେ ଘରକୁ ନ ନେଇ ସେହି କ୍ଷେତରେ ନିଆଁ ଲଗାଇ ପୋଡି ଦେଉଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ସହ ସହ ଏକର ଚାଷ ଜମିରେ ପଡିରହିଥିବା ନଡାକୁ ଚାଷୀ ମାନେ ପୋଡିଦେଉଥିବା ଦେଖିବାକୁ ମିଳିଛି । ଏହି ନଡାରେ ଲାଗିଥିବା ନିଆଁରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରି ତାହା ବାୟୁମଣ୍ଡଳରେ ମିଶିଥିବାର ଦେଖିବାକୁ ମିଳିଛି ।

ଏହା ଦ୍ୱାରା ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢିବା ସହିତ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି । ଏହାଦ୍ୱାରା ପରିବେଶ ବିଗିଡିବାରେ ଲାଗିଛି । ଚାଷ ଜମିରେ ଜଳୁଥିବା ନିଆଁ ଏବେ ପରିବେଶ ପାଇଁ ଚିଆଁ ଭଳି ଲାଗୁଛି, ସହ ସହ ହେକ୍ଟର ଚାଷ ଜମିରେ ଧାନ ଅମଳ ହେବାପରେ ଧାନ ଶସ୍ୟକୁ ଚାଷୀ ମାନେ ଘରକୁ ନେଇଯାଉଥିବା ବେଳେ ସେହି କ୍ଷେତରେ ପଡିରହିଥିବା ନଡାକୁ ନଷ୍ଟ କରିବା ପାଇଁ ସେଥିରେ ନିଆଁ ଲଗାଇ ଦେଉଥିବାର ଚିତ୍ର ଦେଖିବାକୁ ମିଳିଛି । ଯାହାଦ୍ୱାରା କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳରେ ଏହି ଧୂଆଁର ପ୍ରଭାବ ଅନୁଭବ ହେବାର ଦେଖିବାକୁ ମିଳିଲାଣି ।

ସାଧାରଣରେ ବୟସ୍କ ଏବଂ ଶିଶୁ ମାନଙ୍କୁ ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହିତ ତ୍ଵଚା ସମ୍ପର୍କିତ ସମସ୍ୟା ଦେଖାଦେଇଛି । ସେହିଭଳି ମାର୍ଚ୍ଚ ମାସରେ ଆବଶ୍ୟକ ଠାରୁ ଅଧିକ ମାତ୍ରାରେ ତାପମାତ୍ରାରେ ବୃଦ୍ଧି ହୋଇଥିବା ଅନୁଭବ ହେଉଛି । ଦିନକୁ ଦିନ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ବ୍ୟାପକ ଗଛ କଟା ଚାଲିବା ସହିତ ଧାନ ଜମିରେ ମନୁଷ୍ୟକୃତ ଭାବରେ ଲଗାଇ ଦିଆଯାଉଥିବା ନିଆଁରୁ ସୃଷ୍ଟି ହେଉଥିବା ଧୂଆଁ ଆମ ପରିବେଶ ପାଇଁ ଏକ ଭୟଙ୍କର ସମସ୍ୟାକୁ ଡାକି ଆଣିଛି । ଏହାଦ୍ୱାରା ମାନବ ସମାଜ ଏବଂ ଜୀବଜଗତ ପାଇଁ ଏକ ବିନାଶର ଦିଗକୁ ନେଇଯିବାର ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.