Below header

ମାଲେଗାଓଁ ବୋମା ବିସ୍ଫୋରଣ ମାମଲା: ବଢ଼ିଲା ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଅଡ଼ୁଆ, ଜାରି ହେଲା ଓ୍ଵାରେଣ୍ଟ୍‌

ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍‌ ଯୁକ୍ତ ଓ୍ଵାରେଣ୍ଟ୍‌ ଜାରି କରିଛନ୍ତି ।

ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍‌ ଯୁକ୍ତ ଓ୍ଵାରେଣ୍ଟ୍‌ ଜାରି କରିଛନ୍ତି । କୋର୍ଟରେ ଆଜି ଶୁଣାଣି ଥିଲା । କିନ୍ତୁ ଏହି ସମୟରେ ସାଧ୍ୱୀ ଅସୁସ୍ଥତା କାରଣରୁ କୋର୍ଟରେ ଅନୁପସ୍ଥିତ ରହିଥିଲେ, ଯେଉଁଥିପାଇଁ କୋର୍ଟ ଓ୍ଵାରେଣ୍ଟ୍‌ ଜାରି କରିଛନ୍ତି ।

ଓକିଲଙ୍କ ଦ୍ୱାରା ସାଧ୍ୱୀଙ୍କ ଅନୁପସ୍ଥିତିକୁ ନେଇ ଦାୟର ମେଡିକାଲ୍‌ ସାର୍ଟିଫିକେଟ୍‌କୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କୋର୍ଟ ତାଙ୍କ ବିରୋଧରେ ୧୦ ହଜାର ଟଙ୍କା ଜରିମାନା ସହ ଜାମିନ୍‌ ଯୁକ୍ତ ଓ୍ଵାରେଣ୍ଟ୍‌ ଜାରି କରିଛନ୍ତି । ଏହି ମାମଲାରେ ସାଧ୍ୱୀ ପ୍ରଜ୍ଞା ଅଭିଯୁକ୍ତ ଅଛନ୍ତି । ମାମଲାର ଶୁଣାଣି ବେଳେ ଓ୍ଵାରେଣ୍ଟ୍‌ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨୯ରେ ଏହି ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ମହାରାଷ୍ଟ୍ରର ନାସିକ ସହରର ମାଲେଗାଓଁରେ ଏକ ମୋଟରସାଇକେଲରେ ରଖାଯାଇଥିବା ବିସ୍ଫୋରଣ ଉପକରଣରେ ହଠାତ୍‌ ବିସ୍ଫୋରଣ ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.