କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି, କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

ଅଧିକାଂଶ ରଂଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ନମୁନା ଅସୁରକ୍ଷିତ ଜଣା ପଡ଼ିବା ପରେ ବ୍ୟାନ ଲଗାଇଲେ କର୍ଣ୍ଣାଟକ ସରକାର । ଏଥିରେ ରୋଡାମାଇନ୍ -ବି ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।

ରଙ୍ଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ବ୍ୟାନ କଲେ କର୍ଣ୍ଣାଟକ ସରକାର । ଅଧିକାଂଶ ରଂଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ନମୁନା ଅସୁରକ୍ଷିତ ଜଣା ପଡ଼ିବା ପରେ ବ୍ୟାନ ଲଗାଇଲେ କର୍ଣ୍ଣାଟକ ସରକାର । ଏଥିରେ ରୋଡାମାଇନ୍ -ବି ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।

ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ ବିଭିନ୍ନ ଖାଦ୍ୟ ସାମଗ୍ରୀରେ କ୍ଷତିକାରକ ରାସାୟନିକ ପଦାର୍ଥର ମିଶ୍ରଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ୧୭୧ଟି କୋବି ମଞ୍ଚୁରିଆନ ନମୁନା ମଧ୍ୟରୁ ୧୦୬ଟି ନମୁନା ଅସୁରକ୍ଷିତ ଜଣାପଡ଼ିଥିଲା ।

ସେହିପରି ୨୫ଟି ବମ୍ବେଇ ଲଡୁ ନମୁନା ମଧ୍ୟରୁ ୧୫ଟି ଅସୁରକ୍ଷିତ ଜଣାପଡ଼ିଥିଲା । ଏଥିରେ ରୋଡାମାଇନ-ବି ଥିବା କୃତ୍ରିମ ରଙ୍ଗ ବ୍ୟବହାରକୁ ରାଜ୍ୟବ୍ୟାପୀ ବ୍ୟାନ କରାଯାଇଛି । ଉଲ୍ଲଙ୍ଘନ କଲେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ବିଭିନ୍ନ ହୋଟେଲ ଓ ରାସ୍ତାକଡ଼ ଦୋକାନ ମାନଙ୍କରୁ ସଂଗ୍ରହ କରାଯାଇଥିଲା ନମୁନା । ଏହି ସବୁ ନମୁନାରେ ଟାଟ୍ରାଜିନ୍, କାର୍ମୋସିନ୍, ସନସେଟ ୟେଲୋ ଏବଂ ରୋଡାମାଇନ -1B ଚିହ୍ନଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.