Below header

କରୋନାରେ ତ୍ୟାଗ : ସେମାନେ ଅଛନ୍ତି ଏମାନଙ୍କ ପାଇଁ, ପେଟର ଜ୍ୱାଳା ବୁଝିବା ପାଇଁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମହାନତା । ଗତକାଲି ରାତିରେ ମାନସିକ ବିକାରଗ୍ରସ୍ତ ଥିବା ଜଣେ ମହିଳାଙ୍କୁ ଅନ୍ଧାରିଆ ଯାଗାରେ ଅସହାୟ ଭାବରେ ବସିଥିବା ଦେଖି ତା ପାଖକୁ ଯାଇ ତାକୁ ପାଣି ଓ କିଛି ଶୁଖିଲା ଖାଦ୍ୟ ଦେଇଥିଲେ । ଏହା ସହ ସେ କେଉଁ ଜିଲ୍ଲାର ବୋଲି ପଚାରି ବୁଝିଥିଲେ । ଏହିଭଳି ସହାୟତା ବିଭିନ୍ନ ସ୍ଥାନରେ ଜିଲ୍ଲା ଆରକ୍ଷୀ କରୁଥିବା ଦେଖିବାକୁ ମିଳିଛି ।

SUBARNAPUR

ପାରାଦୀପ : ପାରାଦୀପ ମ୍ୟୁନିସିପାଲିଟିର ସଫେଇ କର୍ମଚାରୀଙ୍କୁ ସହଯୋଗ କରିଛି ସୋମନାଥ ସ୍ୱୟଂ ସହାୟକ ଗୋଷ୍ଠୀ । ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କର୍ମଚାରୀଙ୍କୁ ଲୁଗା, ଗାମୁଛା ଏବଂ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ
କାଁହୁ ଚରଣ ଧୀର, ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

PARADIP-1

ପୁରୀ : କରୋନା କାହା ପାଇଁ କଣ ଦୁଃଖ ନେଇ ଆସିଛି ଜୀବନରେ । ପରିବାର ଚଳେଇବା ପାଇଁ ଅନେକ ଅସମର୍ଥ ।ଏହି ସମୟରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ପରିବାରକୁ ଭୂଲି ପଶୁପକ୍ଷୀଙ୍କୁ ଖାଦ୍ୟ ଖାଇବାକୁ ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି ।ଏଭଳି ଜଣେ ଳୋକ ହେଉଛନ୍ତି ପୁରୀର ପବିତ୍ର ମହାରଣା ,ବୃତ୍ତି ଟ୍ରଲୀ ଚଲେଇବା । ଲକଡାଉନ ସମୟରେ ସବୁଆଡ ବନ୍ଦ ରହିଥିବାରୁ ତାଙ୍କୁ କାମ ମଧ୍ୟ ମିଳୁନି । କିନ୍ତୁ ସେ ଏଥିପାଇଁ ଦୁଃଖିତ ନୁଁହନ୍ତି । ନିଜ ପରିବାର ବୁଲି ସେ ଏବେ ଲାଗି ପଡିଛନ୍ତି ବୁଲା ଗୋରୁ ଗାଇ ,କୁକୁର,ମାଙ୍କଡ ମାନଙ୍କୁ ଖାଇବାକୁ ଦେବାରେ । ସାହି ସାହି ବୁଲି ଟ୍ରଲ୍ଲୀରେ ଖାଦ୍ୟ ରଖି ସେ ନିଜ ହାତରେ ପତ୍ର ପକେଇ ଖାଇବାକୁ ଦେଉଛନ୍ତି ଏମାନଙ୍କୁ । ପ୍ରକୃତରେ ସେ ଜଣେ କରୋନ ଯୋଦ୍ଧା

PABITRA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.