Below header

କି ସାହସ ! ପୋଲିସ ବାପାର ବନ୍ଧୁକ ମୁନରେ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟି ନେଲା ପୁଅ

ସୁନ୍ଦରଗଡ଼(କେ ନ୍ୟୁଜ): କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ ମାରିଲେ ବି ଦୋଷ ନାହିଁ । ସରଳ ଭାଷାରେ କହିବାକୁ ଗଲେ ଯଦି ବାପାର ପାୱାର ଅଛି ତାହେଲେ ପୁଅ ଯାହାବି କରୁ ତାର ଆଉ କାହାକୁ ଡର ଭୟ ରହିବ ନାହିଁକି ତାର କେହି କିଛି କରିପାରିବେ ନାହିଁ । ଏମିତି ହିଁ ଏକ ସମାନଧରଣର ଘଟଣା ଆଜି ଅପରାହ୍ନ ସମୟରେ ସୁନ୍ଦରଗଡ ଜିଲ୍ଲାରେ ଘଟିଛି । ସୁନ୍ଦରଗଡ଼ ଟାଉନ ଥାନା ହସ୍ପିଟାଲ ରୋଡ଼ସ୍ଥିତ ଏକ୍ସିସ ବ୍ୟାଙ୍କରେ ବନ୍ଧୁକମୁନରେ ପାଖାପାଖି ୧୫ଲକ୍ଷ ଟଙ୍କା ଲୁଟି ଆଉ ଜଣେ ବାଇକ ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବାଇକରେ ଖସି ପଳାଉଥିବା ବେଳେ ଶଂକରା ଛକ ନିକଟରେ ପୋଲିସ ସହ ଘମାଘୋଟ ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳିରେ ଲୁଟେରା ଜଣକ ଆହତ ହୋଇଥିବା ନେଇ ଖବର ଆସିଛି।

ବର୍ତ୍ତମାନ ସମୟରେ ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଛି । ଶଂକରା ଠାରେ ଗୁଳିବିନିମୟ ବେଳେ ଲୁଟେରା ୨ ରାଉଣ୍ଡ ଗୁଳିଫାୟାର କରିଥିବା ବେଳେ ପୋଲିସ ପକ୍ଷରୁ ୪ ରାଉଣ୍ଡ ଗୁଳିଫାୟାର କରାଯାଇଥିବା ଜଣାପଡ଼ିଛି । ତନାଘନାରୁ ଜଣାଯାଇଛିଯେ ଲୁଟେରାର ନା ଜୟଦେବ ନାଏକ। ତାଠାରୁ ବନ୍ଧୁକ ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ । ଲୁଟେରା ଯୁବକ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ଓ ବାପାଙ୍କ ବନ୍ଧୁକ ନେଇ ତାହା ଜରିଆରେ ଧମକେଇ ଲୁଟ ଏବଂ ଫାୟାର କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.