Below header

ପାସଓ୍ଵାର୍ଡ ଭୂୂଲିଯାଇଥିଲେ ଏପରି ଖୋଲନ୍ତୁ ନିଜ ଲାପଟପ୍‌ ଏବଂ କମ୍ପ୍ୟୁଟର

ଆଜିର ଯୁଗ ହେଉଛି ଟେକ୍ନୋଲୋଜିର। ବର୍ତ୍ତମାନ ଭିନ୍ନ ଭିନ୍ନ କାମ ପାଇଁ ଲୋକେ ଅନେକ ଇଲେକଟ୍ରୋନିକ ଡିଭାଇସେଜର ବ୍ୟବହାର କରୁଛନ୍ତି। ଏମିତି ବି କିଛି ଡିଭାଇସ ଅଛି ଯାହା ପାସଓ୍ଵାର୍ଡ ପ୍ରୋଟେକ୍ଟେଡ୍‌ ନଥିବ। ଆମେ ମାନେ ସମସ୍ତେ ନିଜ ଫୋନ, ଲାପଟପ, କମ୍ପ୍ୟୁଟର୍ସ ଆଦିରେ ପାସଓ୍ଵାର୍ଡ ଲଗାଇ ରଖନ୍ତି। ଯାହାଦ୍ୱାରା ଅନ୍ୟ କେହି ବି ଆପଣଙ୍କ ଡିଭାଇସକୁ ଆକସେସ୍‌ କରିପାରିବେନାହିଁ। କିନ୍ତୁ ଏତେ ସାରା ପାସଓ୍ଵାର୍ଡ ହେବା କାରଣରୁ ଆପଣ ନିଜ ଲାପଟପ କିମ୍ବା କମ୍ପ୍ୟୁଟର୍ସର ପାସଓ୍ଵାର୍ଡ ଭୁଲିଯାଆନ୍ତି। ଆଉ ଆପଣ ଏଥିପାଇଁ ବହୁତ ଚିନ୍ତିତ ମଧ୍ୟ ହୋଇଯାନ୍ତି। କିନ୍ତୁ ଏବେ ଆଉ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣ ପାସଓ୍ଵାର୍ଡ ଭୁଲିଗଲେ ବି ବିନା ପାସଓ୍ଵାର୍ଡରେ ନିଜର ଲାପଟପ୍ସ ଏବଂ କମ୍ପ୍ୟୁଟର୍ସକୁ ଅନଲକ୍‌ କରିପାରିବେ।

ବିନା ପାସଓ୍ଵାଡରେ କେମିତି କରିବେ ସାଇନ୍‌ ଇନ୍‌ ଜାଣନ୍ତୁ

ମାଇକ୍ରୋସଫ୍ଟ ଓ୍ଵିଣ୍ଡୋଜର ଲାଟେଷ୍ଟ ଓ୍ଵିଣ୍ଡୋଜ ୧୦ ହୋମ ଭର୍ସନରେ ଏକ ବିନା ପାସଓ୍ଵାର୍ଡରେ ସାଇନ ଇନ୍‌ କରିବାର ଅପସନ୍‌ ଆଡ କରାଯାଇଛି। ଏହି ଅପସନରେ ୟୁଜର୍ସ ବିନା ପାସଓ୍ଵାର୍ଡ ଏଣ୍ଟର କରି ବି ଆପଣ ଆପଣଙ୍କ କମ୍ପ୍ୟୁଟର ଏବଂ ଲାପଟପକୁ ସାଇନ୍‌ ଇନ୍‌ କରିପାରିବେ। ଏହି ଫିଚର ଓ୍ଵିଣ୍ଡୋଜ ୧୧ ହୋମ ଏଡିସନ୍‌ ପାଇଁ ମଧ୍ୟ ଜାରି କରାଯିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ପ୍ରଥମେ ଜାଣନ୍ତୁ ଫିଚରକୁ କେମିତି ବ୍ୟବହାର କରିବେ ଜାଣନ୍ତୁ

ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କ ପାଖରେ ମାଇକ୍ରୋସଫ୍ଟ ଆକାଉଣ୍ଟ ରହିଥିବା ଜରୁରୀ। ସର୍ବପ୍ରଥମେ ନିଜ ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ େଓ୍ଵବ ବ୍ରାଉଜର ଖୋଲନ୍ତୁ। ଏହାପରେ ମାଇକ୍ରୋସଫ୍ଟର ଅଫିସିଆଲ େଓ୍ଵବପେଜ ଖୋଲନ୍ତୁ ସେଥିରେ ଆପଣଙ୍କ ଆକାଉଣ୍ଟକୁ ଲଗଇନ୍‌ କରନ୍ତୁ। ଏହାପରେ ସେଟିଙ୍ଗକୁ ଯାଆନ୍ତୁ ଏବଂ ସିକ୍ୟୁରିଟୀ ଉପରେ କ୍ଲିକ କରନ୍ତୁ ଏବଂ ଆଡିସନାଲ ସିକ୍ୟୁରିଟୀ ଅପସନକୁ ସିଲେକ୍ଟ କରନ୍ତୁ। ଏହାପରେ ଏଥିରେ ପାସଓ୍ଵାର୍ଡ ଲେଦ୍‌ ଅପ୍ସନକୁ ଅନ୍‌ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.