Below header

ବିରୁଦ୍ଧ ଆହାର : ଶରୀର ପାଇଁ ବହୁତ ମାରାତ୍ମକ ଏହି ୫ ଖାଦ୍ୟ ମିଶ୍ରଣ, ହୋଇପାରେ ଭୟଙ୍କର ରୋଗ

ଆପଣ ଜାଣନ୍ତି କି କିଛି ଖାଦ୍ୟ ସ୍ୱାସ୍ଥ୍ୟକର ହେଲେ ବି ଏହାର ଏକାଠି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହାକୁ ଏକାଠି ମିଶାଇ ଖାଇଲେ ଆପଣ ରୋଗରେ ପଡ଼ିପାରନ୍ତି । ଏହାକୁ ନେଇ ଆୟୁର୍ବେଦ ଚିକିତ୍ସକ ଦୀକ୍ଷା ଭବସାଗର ତାଙ୍କର ଇନ୍‌ଷ୍ଟାଗ୍ରାମରେ କିଛି ତଥ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏପରି କମ୍ବିନେସନ ଫୁଡ଼ (ଯୁଗ୍ମ ଖାଦ୍ୟ) ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା କ’ଣ ଏହି ଖାଦ୍ୟ ଯାହାକୁ ଏକାଠି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ ।

ଦୁଧ ଓ ମାଛ :

ଦୁଧ ଓ ମାଛ ପୂର୍ଣ୍ଣ ଭିନ୍ନ ଧରଣର ଖାଦ୍ୟ । ତେଣୁ ଏହାକୁ ଏକାଠି ଖାଇବା ଉଚିତ ନୁହେଁ । ଦୁଧ ଥଣ୍ଡା ହେବାବେଳେ ମାଛ ଗରମ ହୋଇଥାଏ । ଏହି ଦୁଇ ଖାଦ୍ୟ ଏକାଠି ଖାଇଲେ ଆମାର ରକ୍ତ ଓ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିସହ ଦୁଧ ଓ ଲୁଣ କୁ ମଧ୍ୟ ଏକାଠି ଖାଇବା କଥା ନୁହେଁ ।

ଦୁଧ ଓ ଫଳ :

ବନାନା ସେକ୍‌ ଏକ ସାଧାରଣ ଡ୍ରିଙ୍କ୍ସ । ହେଲେ ଆପଣ ଜାଣନ୍ତି କି ଫଳ ସହ ଦୁଧର ମିଶ୍ରଣ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏକ୍ସପର୍ଟ କୁହନ୍ତି ଦୁଧ,ଦହି ସହ କେବେ ବି କଦଳୀ ଖାଆନ୍ତୁ ନାହିଁ ।

ଘିଅ ଓ ମହୁର ସମାନ ମାତ୍ରା :

ଘିଅ ଓ ମହୁର ସମାନ ମାତ୍ରା କେବେ ବି ଏକାଠି ଖାଇବା କଥା ନୁହେଁ । ମହୁ ଗରମ ଓ ଡ୍ରାଏ ହୋଇଥିବା ବେଳେ ଘିଅ ଥଣ୍ଡା ଓ ମଶ୍ଚରାଇଜର ହୋଇଥାଏ । ଯଦି ଆପଣ ଘିଅ ଓ ମହୁ ମିଶାଇ ଖାଉଛନ୍ତି ତ କୌଣସି ଗୋଟିଏର ମାତ୍ରା ଅଧିକା କରନ୍ତୁ ।

ଦହି ଓ ପନୀର :

ଦହି ଓ ପନୀର କିମ୍ବା ଘୋଳଦହି ଥଣ୍ଡା ଦିନେ ଖାଇବା ଲାଭକାରୀ ହୋଇଥାଏ । ହେଲେ ଏହି ଜିନିଷ ରାତିରେ ଖାଇବା ହାନିକାରକ ହୋଇଥାଏ । ଦହି ଇନଫ୍ଲାମେଶନ, ରକ୍ତ ଓ କଫ ସହ ଜଡିତ ସମସ୍ୟାକୁ ବଢ଼ାଇଥାଏ । ଯେଉଁମାନଙ୍କର ହଜମ ଜନିତ ଅସୁବିଧା ରହିଥାଏ ଏମାନଙ୍କ ଠାରେ କୋଷ୍ଠ କାଠିନ୍ୟ ସମସ୍ୟା ସୃଷ୍ଟି କରିଥାଏ । ସ୍ୱାସ୍ଥ୍ୟବିଦଙ୍କ ମତରେ ଏହି କମ୍ବିନେସନ ଫୁଡ଼ ଖାଇବା ଦ୍ୱାରା ଆପଣ ଇନଫ୍ଲାମେଶନ,ସ୍କିନ ଓ ଅଟୋ ଇମ୍ୟୁନି ଡିଜିଜ ରେ ପଡ଼ିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.