ମୁଣ୍ଡ ଉପରୁ ଉଠିଗଲା ସମସ୍ତଙ୍କ ହାତ, କାନ୍ଦି କାନ୍ଦି ବାପା ମା’ଙ୍କୁ ଝୁରୁଛି ପୁଅ

ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ସୋମନାଥ ନାୟକଙ୍କର ଦୁର୍ଘଟଣା ହୋଇଥିଲା । ତେବେ ଏହି ବ୍ୟକ୍ତିଜଣଙ୍କ ଭୁବନେଶ୍ୱର ମ୍ୟୁନିସିପାଲଟିରେ ଝାଡ଼ୁଦାର ଭାବେ କାର୍ଯ୍ୟ କରୁଥିଲେ । ବହୁ ପୁରୁଣା କର୍ମଚାରୀ ଥିଲେ ମ୍ୟୁନିସିପାଲଟି ଭୁବନେଶ୍ୱରର ।

ଭୁବନେଶ୍ୱର (କେନ୍ୟୁଜ): ପିଲାକୁ ଅନାଥ କରି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ ବାପା ମା’ । କିଛି ବର୍ଷ ତଳେ ପ୍ରଥମେ ମା’ ଏକା କରି ଚାଲିଗଲା ପରେ ବାପା ବି ପୁଅକୁ ଏକା କରି ଚାଲିଗଲା । ବାପାର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନି ପୁଅ । ବାପା ମା ହାତ ମୁଣ୍ଡ ଉପରେ ଥିଲେ ସାରା ଦୁନିଆ ଜିତିବାର ସାହସ ଆସେ । କିନ୍ତୁ ମୁଣ୍ଡ ଉପରୁ ବାପା ମା’ ହାତ ଉଠିଗଲେ ବେସାହାରା ହୋଇ ପଡ଼ନ୍ତି ସନ୍ତାନ । ତେବେ ଜଣେ ପୁଅ ବର୍ତ୍ତମାନ ବାପା ମା’ ଛେଉଣ୍ଡ ହୋଇଯାଇଛି ।

ଗତ ୩ ଦିନ ତଳେ ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ସୋମନାଥ ନାୟକଙ୍କର ଦୁର୍ଘଟଣା ହୋଇଥିଲା । ତେବେ ଏହି ବ୍ୟକ୍ତିଜଣଙ୍କ ଭୁବନେଶ୍ୱର ମ୍ୟୁନିସିପାଲଟିରେ ଝାଡ଼ୁଦାର ଭାବେ କାର୍ଯ୍ୟ କରୁଥିଲେ । ବହୁ ପୁରୁଣା କର୍ମଚାରୀ ଥିଲେ ମ୍ୟୁନିସିପାଲଟି ଭୁବନେଶ୍ୱରର । ତାଙ୍କର ଗୋଟିଏ ବୋଲି ପୁଅ ଅଛି ଯିଏକି ସ୍କୁଲରେ ପାଠ ପଢ଼େ । ସୋମନାଥ ନିଜ ପୁଅକୁ ଛାଡ଼ି ଦେଇଥିଲେ ସମ୍ପର୍କୀୟଙ୍କ ଘରେ ଏବଂ ମ୍ୟୁନିସିପାଲଟିରେ କାମ କରି ୯ ନମ୍ବରରେ ରହୁଥିଲେ । ସୂଚନା ଅନୁସାରେ ଦୁର୍ଘଟଣା ଦିନ ସାଇନ୍ସ ପାର୍କ ନିକଟରେ ଘରକୁ ଫେରୁଥିବାବେଳେ କୌଣସି ଏକ ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା । ତାଙ୍କୁ ଦୁର୍ଘଟଣାସ୍ଥଳରୁ ଆଣି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଟିକେ ଭଲ ହେବା ପରେ ତାଙ୍କର ସମ୍ପର୍କୀୟ ଜ୍ୱାଇଁ ତାଙ୍କୁ ଘରକୁ ନେଇ ଆସଥିଲେ ଏବଂ ତାଙ୍କର ଦେଖାଶୁଣା କରୁଥିଲେ । କିନ୍ତୁ ଆଜି ସକାଳେ ସେ ଯେତେବେଳେ ଶୌଚ ହେବାକୁ ବାଥରୁମ ଯାଇଥିଲେ ସେହି ସମୟରେ ହଠାତ ତାଙ୍କର ପିହୁଳା ବା ଫିଡ୍ସ ବାହାରିଥିଲା । ଫଳରେ ବାଥରୁମ ଭିତରେ ପଡ଼ି ଯାଇଥିଲେ ସୋମନାଥ । ତୁରନ୍ତ ସମ୍ପର୍କୀୟ ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କିଛି ବର୍ଷ ତଳେ ପୁଅର ମା’ ଚାଲି ଯାଇଥିଲା ବେଳେ ବର୍ତ୍ତମାନ ବାପା ଚାଲିଗଲେ ଆରପାରିକୁ । ବାପା ମା’ ଉଭୟଙ୍କର ହାତ ଉଠିଗଲା ପୁଅ ମୁଣ୍ଡ ଉପରୁ । ଅସହାୟ ହୋଇଗଲା ପୁଅ । କାହା ସାହାରାରେ ବଞ୍ଚିବ ପୁଅ । ଏଭଳି କିଛି ପ୍ରଶ୍ନ ସାଧାରଣରେ ଉଠିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.