Below header

ମୋହନା: ଶୋଇଥିବା ଅବସ୍ଥାରେ ବାପାକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ପୁଅ

ମୋହନା : ନୃଶଂସ ପୁଅ ଘଟାଇଲା ବୀଭତ୍ସ ହତ୍ୟାକାଣ୍ଡ। ଶୋଇଥିବା ଅବସ୍ଥାରେ ବାପାକୁ ପଥରରେ ଛେଚି ହତ୍ୟାକଲା । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁଡୁଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ଜଗନ୍ନାଥ କାର୍ଯ୍ୟି। ଅଭିଯୁକ୍ତ ପୁଅ କେଶବ କାର୍ଯ୍ୟି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛି। ଜଗନ୍ନାଥ ଲୁଡୁଗାଁ ସ୍ଥିତି ସେବାଶ୍ରମରେ ରୋଷେୟା ଭାବେ କାମ କରନ୍ତି । ଗତକାଲି ରାତିରେ ବାପ-ପୁଅ ସେବାଶ୍ରମର ଷ୍ଟାଫ୍‌ କ୍ୱାର୍ଟରରେ ଶୋଇଥିବାବେଳେ ଆଜି ସକାଳୁ ବାପା ଜଗନ୍ନାଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେସବ ସାମାନ୍ୟ ମାନସିକ ବିକୃତ ବୋଲି ପରିବାରଲୋକେ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ହତ୍ୟାକାରୀ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.