ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ସେକ୍ସନ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ, ଠୁଳ କରିଛନ୍ତି ଆୟର ୯୫ ପ୍ରତିଶତ ଅଧିକ ସମ୍ପତ୍ତି

ସୁବର୍ଣ୍ଣପୁର(କେନ୍ୟୁଜ୍):  ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ସେକ୍ସନ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ। ସେକ୍ସନ ଅଫିସର ନାଁ  ରମେଶ ପ୍ରସାଦ ନାଗ। ରମେଶ  ନିଜ ଆୟର ୯୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ରମେଶଙ୍କ ବଲାଙ୍ଗୀର ଓ ସୁବର୍ଣ୍ଣପୁରର ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ତିନୋଟି ଭିଜିଲାନ୍ସ ଟିମ।

ଟିମରେ ଅଛନ୍ତି ଦୁଇ ଜଣ ଡିଏସପି ଓ ୫ ଜଣ ଇନସ୍ପେକ୍ଟର। ବଲାଙ୍ଗୀରରେ ରହିଛି ଗୋଟିଏ ତିନି ମହଲା ଘର ଓ ଅନ୍ୟ ଜଗାରେ ଗୋଟିଏ ଏକ ମହଲା ଘର ରହିଛି। ବଲାଙ୍ଗୀରରେ ତିନୋଟି ପ୍ଲଟ ଓ ସୋନପୁରରେ ଗୋଟିଏ ପ୍ଲଟ। ଗୋଟିଏ ଚାରି ଚକିଆ ଓ ଦୁଇଟି  ଦୁଇ ଚକିଆ ଥିବା ଜଣା ପଡ଼ିଛି। ଅଧିକ ସ୍ଥାବର ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.