ପ୍ରତ୍ନତତ୍ତ୍ୱବିତଙ୍କ ବଡ଼ ସଫଳତା,ମିଶରରେ ପାଇଲେ ୪,୫୦୦ ବର୍ଷ ତଳର ସୂର୍ଯ୍ୟ ମନ୍ଦିର

ପିରାମିଡ଼ ପାଇଁ ପ୍ରସିଦ୍ଧ ହେଉଛି ମିଶର ଦେଶ । ସେଥିପାଇଁ ମିଶରକୁ ପିରାମିଡ଼ର ଦେଶ ବୋଲି ମଧ୍ୟ କୁହାଯାଏ । ମିଶରରେ ନିକଟରେ ସମସ୍ତଙ୍କୁ ଚକିତ କଲାଭଳି ଏକ ଜିନିଷ ମିଳିଛି । ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତ୍ନତତ୍ତ୍ୱବିତମାନେ ମିଶରର ମରୁଭୂମିରେ ତଳେ ଦବି ହୋଇ ରହିଥିବା ୪,୫୦୦ ବର୍ଷ ତଳର ଏକ ପୁରୁଣା ସୂର୍ଯ୍ୟ ମନ୍ଦିର ଖୋଜି ପାଇଛନ୍ତି । ଏବେ ଏହାର ଅନୁସନ୍ଧାନ ଚାଲିଛି ଯେ ସେତେବେଳେ ମିଶରରେ କ’ଣ ଏହାର ପୂଜାର୍ଚ୍ଚନା କରାଯାଉଥିଲା ।

sun temple in missor--
p.c : amarujala.com

ଏହି ପୁରୁଣା ସୂର୍ଯ୍ୟ ମନ୍ଦିର ମିଶର ରାଜଧାନୀ କାହିରା ନିକଟ ଅବୁ ଗୋରାବ ସହରରେ ମିଳିଛି । ତେବେ ଏହି ମନ୍ଦିର ପ୍ରାୟ ୪,୫୦୦ ବର୍ଷ ତଳର ବୋଲି ପ୍ରତ୍ନତତ୍ତ୍ୱବିତମାନେ ଆଶା ପ୍ରକଟ କରିଛନ୍ତି । ଏହି ମନ୍ଦିରକୁ ୨୫ ଶତାବ୍ଦିରେ ନିର୍ମାଣ କରାଯାଇଥିବା ଆଶାକରାଯାଉଛି । ଆହୁରି ମଧ୍ୟ ଜଣାଯାଇଛି ଯେ ଏହି ସୂର୍ଯ୍ୟ ମନ୍ଦିରର ମୁଳ ଦୂଆ ମାଟିରେ ତିଆରି ଇଟାରେ ନିର୍ମାଣ ହୋଇଥିଲା । ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏହି ସ୍ଥାନରେ ପୂର୍ବରୁ ଏକ ବିଲ୍ଡିଂ ମଧ୍ୟ ଥିଲା ।

sun temple in missor
p.c : amarujala.com

ଅନ୍ୟପକ୍ଷରେ ଏହି ମନ୍ଦିର ନିକଟରେ ପିରାମିଡକୁ ରାଜାଙ୍କ ଅନ୍ତିମ ବିଶ୍ରାମ ସ୍ଥଳ ଭାବେ ନିର୍ମାଣ କରାଯାଇଥିଲା । କାରଣ ରାଜା ମରିବା ପରେ ପୁଣି ଥରେ ଭଗବାନଙ୍କ ସ୍ୱରୁପରେ ଦୁନିଆ ସାମ୍ନାକୁ ଆସିପାରିବେ । ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏହାର ନିଅଁ ୨ ଫୁଟ ଗଭୀର ଚୁନ ପଥରରେ ନିର୍ମାଣ ହୋଇଛି ।

ଏ ସମ୍ପର୍କରେ ଇଜିପ୍ଟୋଲୋଜି ପ୍ରଫେସର ଡା. ମାସିମିଲାନୋ ନୁଜୋଲୋ କୁହନ୍ତି ଯେ ପୂର୍ବରୁ ଆଶା କରାଯାଉଥିଲା ଯେ ଏହି ମରୁଭୂମୀ ତଳେ କିଛି ଲୁକାୟୀତ ଭାବେ ରହିଛି । ଯାହାକୁ ନ୍ୟୁସିରି ନର୍ମାଣ କରିଥିଲେ । ଏବେ ଏ ସମ୍ପର୍କରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି ଯେ ମିଶରରେ ସୂର୍ଯ୍ୟ ମନ୍ଦିରର କାହାଣୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.