ଅନରକିଲିଂ ରୋକିବାକୁ ରାଜ୍ୟ ଗୃହ ବିଭାଗ ଜାରି କଲା ’SOP’

ଭୁବନେଶ୍ବର (କେନ୍ୟୁଜ୍) : ଅନରକିଲିଂ ରୋକିବାକୁ ରାଜ୍ୟ ଗୃହ ବିଭାଗ ଜାରି କଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର, ଏସ୍ଓପି । କେଉଁ ଜିଲ୍ଲା, ସବଡିଭିଜନ କିମ୍ବା ଗାଁ ଅନର କିଲିଂ ପ୍ରବଣ ଅଂଚଳ କିମ୍ବା ଖାପ ପଞ୍ଚାୟତ ବସେ, ସେହି ସବୁ ସ୍ଥାନ ଚିହ୍ନଟ ହେବ । ଜିଲ୍ଲାର ଏସ୍ପି ସ୍ଥାନ ଚିହ୍ନଟ କରିବେ । ଇଣ୍ଟରକାଷ୍ଟ ମ୍ୟାରେଜ କିମ୍ବା ଇଣ୍ଟର ରିଲିଜିଅସ ମ୍ୟାରେଜ ହେଲେ, ସଂପୃକ୍ତ ଅଞ୍ଚଳରେ ଥିବା ଥାନା ଆଇଆଇସି ଅଧିକ ସଜାଗ ରହିବେ । କୌଣସି ଖାପ୍ ପଞ୍ଚାୟତ ବସିଲେ, ସେ ଖବର ତୁରନ୍ତ ଉପରସ୍ଥିତ ଅଧିକାରୀ କିମ୍ବା ଏସ୍ପିଙ୍କୁ ଜଣାଇବେ । ସେହି ଅଂଚଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ପଦକ୍ଷେପ ନିଆଯିବ । ଖାପ୍ ପଞ୍ଚାୟତ ବସିଲେ ତାର ଭିଡିଓଗ୍ରାଫି ହେବ ।

Leave A Reply

Your email address will not be published.