Below header

ରଣବୀରଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଆଲିୟା : କଥାରେ କଥାରେ ପୁରା ପ୍ଲାନ୍ କହିଦେଲେ କରଣ ଜୋହର

କରଣ ଜୋହର, ରଣବୀର କପୁର, ଏବଂ ଆଲିୟା ଭଟ୍ଟ । ଏହି ତିନି ଜଣଙ୍କ ବନ୍ଧୁତା ବଲିଉଡରେ ଖୁବ୍ ଚର୍ଚ୍ଚିତ । ଏହି ତିନି ଜଣ ଏକାଠି କାମ ମଧ୍ୟ କରିଛନ୍ତି । ତେଣୁ ଆଲିୟା ଏବଂ ରଣବୀରଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ କରଣ ଜୋହର ବୟାନ ଦେଇଥାନ୍ତି । ଏବେ ସେମିତି କଥାରେ କଥାରେ ଉଭୟଙ୍କ ବିବାହ କଥା କହିଦେଇଛନ୍ତି କରଣ ।

ସୂଚନା ଅନୁସାରେ କରଣ ଜୋହରଙ୍କ ଲୋକପ୍ରିୟ ଚାଟ ସୋ କଲିଙ୍ଗ୍ କରଣ ସିଜିନ୍ – ୨ରେ ଗେଷ୍ଟ ହୋଇ ଆସିଥିଲେ ରଣବୀର କପୁର୍ । ଏହି ସୋରେ ରଣବୀରଙ୍କ ଲଭ୍ ଲାଇଫ୍ ଏବଂ ଆଫେୟାର୍ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ଯାହା ଫଳରେ ରଣବୀର ନିଜ ସମ୍ପର୍କରେ କରିଥିବା ଅନେକ ଭୁଲ୍ ବିଷୟରେ କହିବା ଆରମ୍ଭ କରିଥିଲେ । ତେବେ ଏହି ସୋ ରେ ଏକ ରାପିଡ୍ ଫାୟାର୍ ରାଉଣ୍ଡ ଥିଲା ।

ଏହି ରାଉଣ୍ଡରେ ସର୍ବପ୍ରଥମେ ରଣବୀରଙ୍କୁ କରଣ ଜୋହର ତାଙ୍କ ଫୋନ୍ କୋର୍ଡ ପଚାରିଥିଲେ । ଏହାପରେ କରଣଙ୍କୁ ରଣବୀର୍ ନିଜ ପ୍ରେମିକାଙ୍କ ବିଷୟରେ ଏକ ମଜାଦାର ପ୍ରଶ୍ନ ପଚାରିଦେଇଥିଲେ । ରଣବୀର୍ ପଚାରିଲେ ଆପଣ ମୋ ଗର୍ଲଫ୍ରେଣ୍ଡକୁ କଣ ଉପଦେଶ ଦେବେ ? ସେତେବେଳେ କରଣ କହିଥିଲେ ମତେ ଲାଗୁଛି ତୁମେ ଦୁନିଆଁର ସବୁଠାରୁ ଭଲ ସ୍ବାମୀ ହେବ । ଆଉ ମୁଁ ସେ ଉପଦେଶ ଆଗରୁ ଦେଇ ଦେଇଛି ରଣବୀର୍ । କରଣ ଜୋହରଙ୍କ ଏହି ଉତ୍ତରରୁ ଲାଗୁଥିଲା ରଣବୀର ଏବଂ ଆଲିୟା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଅନ୍ୟପଟେ ସିନେମା ବ୍ରହ୍ମସ୍ତ୍ରର ସୁଟିଂ ପରେ ଆଲିୟା ଏବଂ ରଣବୀରଙ୍କ ପରିବାର ପରସ୍ପରଙ୍କୁ ସାକ୍ଷାତ କରିବେ । ଏବଂ ଉଭୟଙ୍କ ସମ୍ପର୍କକୁ ନେଇ କଥା ହେବେ । ଯଦି ଏହି ବିବାହ ହୁଏ ତେବେ ଏହା ବଲିଉଡର ସବୁଠାରୁ ଚର୍ଚ୍ଚିତ ବିବାହ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.