Below header

୧୫ହଜାର ନଡ଼ିଆ ବାଡେଇ ନିଜର ମନକାମନା ପୂରଣ କଲେ ସୋରଡ଼ା ବିଧାୟକ, ନିର୍ବାଚନରେ ଜିତିବାକୁ ରଖିଥିଲେ ମାନସିକ

ଆନ୍ଧ୍ରପ୍ରଦେଶରେ ସୀମାଞ୍ଚଳମ୍‌ରେ ଭଗବାନଙ୍କଠାରେ ୧୫ହଜାର ନଡ଼ିଆ ବାଡେଇଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ୨୦୧୯ ନିର୍ବାଚନରେ ସୋରଡ଼ା ଆସନରେ ୧୫ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଏଥିପାଇଁ ଗତକାଲି ଚାରିଶହରୁ ଅଧିକ କର୍ମୀଙ୍କ ସହ ପ୍ରାୟ ଶହେ ଗାଡ଼ିରେ ସୀମାଞ୍ଚଳମ୍‌ ଯାଇ ଦର୍ଶନ କରିଥିଲେ।

ସୋରଡ଼ା(କେନ୍ୟୁଜ୍): ନିର୍ବାଚନରେ ଯେତିକି ଭୋଟରେ ଜିତିଲେ, ଭଗବାନଙ୍କ ପାଖରେ ବାଡ଼େଇଲେ ସେତିକି ନଡ଼ିଆ। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶରେ ସୀମାଞ୍ଚଳମ୍‌ରେ ଭଗବାନଙ୍କ ଠାରେ ୧୫ହଜାର ନଡ଼ିଆ ବାଡେଇ ନିଜର ମନକାମନା ପୂରଣ କରିଛନ୍ତି। ୨୦୧୯ ନିର୍ବାଚନରେ ସୋରଡ଼ା ଆସନରେ ୧୫ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଏଥିପାଇଁ ଗତକାଲି ଚାରିଶହରୁ ଅଧିକ କର୍ମୀଙ୍କ ସହ ପ୍ରାୟ ଶହେ ଗାଡ଼ିରେ ସୀମାଞ୍ଚଳମ୍‌ ଯାଇ ଦର୍ଶନ କରିଥିଲେ।

ନଡ଼ିଆ ବାଡ଼େଇବା ସହ ଆଗାମୀ ନିର୍ବାଚନରେ ମଧ୍ୟ ବିଜୟୀ ହେବାକୁ ଆଶା ରଖିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ସହ ବିଜେଡି ୧୪୦ରୁ ଅଧିକ ଆସନରେ ବିଜୟ ଲାଭ କରିବାକୁ ସେ ଆଶା ରଖିଛନ୍ତି। ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ସେ ସୀମାଞ୍ଚଳମ ଯାଇ ନଡ଼ିଆ ବାଡ଼େଇଥିବା କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.