ଆହତ ପରେ କେଏଲ୍‌ ରାହୁଲଙ୍କ ଘୋଷଣା, ଆଇପିଏଲ୍ ୨୦୨୩ ସହ ଖେଳିବେ ନାହିଁ WTC Final

ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଆଇପିଏଲ୍ ୨୦୨୩ ସହ ଆସନ୍ତା ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରୁ ବାଦ୍‌ ପଡ଼ିଛନ୍ତି। ରାହୁଲ ନିଜେ ଘୋଷଣା କରି କହିଛନ୍ତି ଯେ ସେ ଉଭୟ ଟୁର୍ନାମେଣ୍ଟରେ ଖେଳି ପାରିବେ ନାହିଁ।

ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଆଇପିଏଲ୍ ୨୦୨୩ ସହ ଆସନ୍ତା ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଅଧିନାୟକ ରାହୁଲଙ୍କୁ ଦୁଇ ଦିନ ତଳେ ଫିଲ୍ଡିଂ ସମୟରେ ଆଘାତ ଲାଗିଥିଲା ଏବଂ ଏହାପରଠୁ ତାଙ୍କ ପାଇଁ ଖେଳିବା କଷ୍ଟକର ହୋଇପଡିଥିଲା। ବର୍ତ୍ତମାନ ରାହୁଲ ନିଜେ ଘୋଷଣା କରିଛନ୍ତି ଯେ ସେ ଉଭୟ ଟୁର୍ନାମେଣ୍ଟରେ ଖେଳି ପାରିବେ ନାହିଁ।

ମେ’ ୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ରାହୁଲ ଆହତ ହୋଇଥିଲେ। ଏହାପରେ ସେ ମ୍ୟାଚ୍‌ ଖେଳିପାରି ନ ଥିଲେ। ଶେଷ ଓଭରରେ ସେ ବ୍ୟାଟିଂ ପାଇଁ ଆସିଥିଲେ, କିନ୍ତୁ କିଛି ଖାସ୍‌ ଯୋଗଦାନ ଦେଇ ନ ଥିଲେ। ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ବି ରାହୁଲ ଖେଳି ପାରି ନ ଥିଲେ ଏବଂ ସ୍କାନ ପାଇଁ ମୁମ୍ବାଇ ଯାଇଥିଲେ।

ସେବେ ଠାରୁ କଳ୍ପନା ଜଳ୍ପନା ଚାଲିଥିଲା ଯେ ରାହୁଲ କେବଳ ଆଇପିଏଲ ୨୦୨୩ରୁ ବାଦ୍‌ ପଡ଼ିବେ ନାହିଁ, ବରଂ ଜୁନ୍ ୭ରୁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ମଧ୍ୟ ସେ ଖେଳି ପାରିବେ ନାହିଁ। ଶୁକ୍ରବାର ରାହୁଲ ନିଜେ ଏକ ବୟାନ ଜାରି କରି ଏ ନେଇ ନିଶ୍ଚିତ କରିଛନ୍ତି। ରାହୁଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ସେ ଆଇପିଏଲର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମଉକାରେ ଟିମ୍‌କୁ ଛାଡ଼ି ନିରାଶ ଅଛନ୍ତି।

ଏହା ସହିତ ସେ କହିଛନ୍ତି ଯେ ଆସନ୍ତା ମାସରେ ଓଭାଲରେ ଟିମ୍ ଇଣ୍ଡିଆ ସହିତ ସେ ନ ଥିବାରୁ ଦୁଃଖିତ। ରାହୁଲ ଆଶା କରିଛନ୍ତି କି, ସେ ଯଥାଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଏହା ବ୍ୟତୀତ ରାହୁଲ ପରବର୍ତ୍ତୀ ଯୋଜନା ବିଷୟରେ ମଧ୍ୟ କହିଛନ୍ତି। ସେ ନିଜ ବୟାନରେ କହିଛନ୍ତି ଯେ ଡାକ୍ତରୀ ଦଳ ସହ ଆଲୋଚନା ପରେ ଖୁବ୍‌ ଶୀଘ୍ର ତାଙ୍କ ଜଙ୍ଘ ଅସ୍ତ୍ରୋପଚାର କରାଯିବ।

 

View this post on Instagram

 

A post shared by KL Rahul👑 (@klrahul)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.