ପାନ୍‌ କାର୍ଡ ଅଛି ତ ସରକାର ଲଗାଇବେ ୧୦୦୦ ଟଙ୍କା ଜରିମାନା, ସମୟ ପୂର୍ବରୁ ଜାଣିନିଅନ୍ତୁ ନିୟମ

ଆର୍ଥିକ ଲେଣଦେଣ କରିବା ପାଇଁ ପାନ କାର୍ଡର ଆବଶ୍ୟକତା ବହୁତ ଜରୁରୀ । ଦେଶରେ ପାନ କାର୍ଡ ପ୍ରତି ବ୍ୟକ୍ତିଙ୍କୁ ଦିଆଯାଉଥିବା ଏକ ବିଶେଷ ନମ୍ବର, ଯାହା ସାହାଯ୍ୟରେ ସହଜରେ ବଡ ବଡ ଆର୍ଥିକ ଲେଣଦେଣ କରିହୁଏ । ଯଦିଓ ପାନ କାର୍ଡକୁ ନେଇ ଏବେ ବିଶେଷ କଥା ଲୋକଙ୍କୁ ଜାଣିବା ନିହାତି ଜରୁରୀ ।

ଆର୍ଥିକ ଲେଣଦେଣ କରିବା ପାଇଁ ପାନ କାର୍ଡର ଆବଶ୍ୟକତା ବହୁତ ଜରୁରୀ । ଦେଶରେ ପାନ କାର୍ଡ ପ୍ରତି ବ୍ୟକ୍ତିଙ୍କୁ ଦିଆଯାଉଥିବା ଏକ ବିଶେଷ ନମ୍ବର, ଯାହା ସାହାଯ୍ୟରେ ସହଜରେ ବଡ ବଡ ଆର୍ଥିକ ଲେଣଦେଣ କରିହୁଏ । ଯଦିଓ ପାନ କାର୍ଡକୁ ନେଇ ଏବେ ବିଶେଷ କଥା ଲୋକଙ୍କୁ ଜାଣିବା ନିହାତି ଜରୁରୀ । ନଚେତ ଜରିମାନା ମଧ୍ୟ ଦେବାକୁ ପଡିପାରେ । ଏହି ଜରିମାନା କେବଳ ସେହି ଲୋକଙ୍କୁ ଦେବାକୁ ପଡିବ, ଯେଉଁମାନେ ଏବେ ପର୍ଯ୍ୟନ୍ତ ନିଜ ପାନ କାର୍ଡକୁ ଆଧାର କାର୍ଡରୁ ଲିଙ୍କ୍‌ କରିନାହାଁନ୍ତି ।

ବର୍ତ୍ତମାନ ନିୟମ ଅନୁସାରେ ଆପଣଙ୍କୁ ନିଜ ସ୍ଥାୟୀ ଖାତା ସଂଖ୍ୟା (ପାନ୍‌) ଏବଂ ଆଧାର ସଂଖ୍ୟା ଲିଙ୍କ କରିବା ଆବଶ୍ୟକ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଅନୁସାରେ ଯଦି ଉଭୟ କାର୍ଡ ଲିଙ୍କ ହୋଇନାହିଁ ତାହେଲେ ତାଙ୍କର ପାନ କାର୍ଡ ନିଷ୍କ୍ରୀୟ ହୋଇପାରେ । ପରିଣାମସ୍ୱରୁପ ଆପଣ ଆର୍ଥିକ ଲେଣଦେଣ କରିବାରେ ଅସମର୍ଥ ରହିବେ । ଯଦି ଆପଣ ଏମିତି ଚାହୁଁନାହାଁନ୍ତି ଯେ ଆପଣ ଜରିମାନା ଭରନ୍ତୁ ତାହେଲେ ପାନ ଏବଂ ଆଧାର କାର୍ଡକୁ ସମୟ ଭିତରେ ହିଁ ଲିଙ୍କ୍‌ କରାଇନିଅନ୍ତୁ ।

ଜାଣନ୍ତୁ ଇନକମ୍‌ ଟ୍ୟାକ୍ସ ପୋର୍ଟାଲରେ ପାନ ଓ ଆଧାରକୁ ଲିଙ୍କ କରିବା ପାଇଁ ଜରିମାନା କେମିତି ଭରିବେ?

ଯଦି ଆପଣ ଏବେ ପାନ ଏବଂ ଆଧାର କାର୍ଡକୁ ଲିଙ୍କ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ । ଏନଏସଡିଏଲ ପୋର୍ଟାଲରେ ପେମେଣ୍ଟ କରିବା ପାଇଁ ଚାଲାଣ ସଂଖ୍ୟା ଆଇଟିଏନଏସ ୨୮୦ର ଉପଯୋଗ କରି ଏହାକୁ ପୂରା କରିପାରିବେ । ଆୟକର ବିଭାଗର ଟ୍ୟାକ୍ସ ଇନଫରମେସନ ନେଟଓ୍ଵାର୍କ େଓ୍ଵବସାଇଟରେ ପ୍ରମୁଖ ଶୀର୍ଷ ୦୦୨୧ ଏବଂ ଲଘୁ ଶୀର୍ଷ ୫୦୦ ସହିତ ଚାଲାଣ ସଂଖ୍ୟା ଆଇଟିଏନଏସ ୨୮୦ର ଉପେଯୋଗ କରି ଲେଟ ଫିସ ପେମେଣ୍ଟ କରିପାରିବେ ।

ଅନ୍ତିମ ତାରିଖ କେବେ ଜାଣନ୍ତୁ

ଆୟକର ବିଭାଗ ଆଧାର ଏବଂ ପାନ କାର୍ଡ ସହ ଲିଙ୍କ କରିବାର ସମୟ ସୀମାକୁ କିଛି ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଯେଉଁ କରଦାତା ଏବେ ସୁଦ୍ଧା ନିଜ ଆଧାର ଏବଂ ପାନକୁ ଲିଙ୍କ କରାଇନାହାଁନ୍ତି ସେମାନେ ପାନ ନିଷ୍କ୍ରୀୟ ହେବା ପୂର୍ବରୁ ୩୦ ଜୁନ୍‌ ୨୦୨୩ ସୁଦ୍ଧା ଲିଙ୍କ କରାଇ ନିଅନ୍ତୁ । ଭାରତର ଆୟକର ବିଭାଗ ପ୍ରତ୍ୟେକ ନିବାସୀଙ୍କ ପାଇଁ ଉଭୟ ପରିଚୟ ପତ୍ରକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.