ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଲା ଅଗ୍ରିଆ ସମାଜ

ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ର୍ନିଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାରେ ବସବାସ କରିଥାନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଗ୍ରିଆ ସମାଜ । ନିକଟରେ ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ର୍ନିଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାରେ ବସବାସ କରିଥାନ୍ତି ।

ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜଧାନୀ ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଅଗ୍ରିଆ ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗରିଆ ସମାଜ ପାଇଁ ଅଧ ଏକର ଜମି ଓ ୩ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.