SOSS ଟିଟ୍ ଫଣ୍ଡ ସଂସ୍ଥା କରି ୫ ଶହ କୋଟିରୁ ଅଧିକା ଟଙ୍କା ଠକେଇ: ଓଡ଼ିଶା ଶାଖା ପରିଚାଳକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା  

ବ୍ରହ୍ମପୁର(କେନ୍ୟୁଜ୍): ରାଜ୍ୟ ଓ ରାଜ୍ୟ ବାହାରେ ଏକ ଚିଟ୍ ପଣ୍ଡ ସଂସ୍ଥା କରି ୫ ଶହ କୋଟିରୁ ଅଧିକା ଟଙ୍କା ଠକେଇ କରିଥିବା ଅଭିଯୋଗରେ ବ୍ରହ୍ମପୁରରେ ପରିଚାଳିତ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ନିଖିଳାନନ୍ଦ ପଶୁପାଳଙ୍କୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ୨୦୧୧ ମସିହାରେ ବ୍ରହ୍ମପୁର ସହରରେ ଲୋଚାପଡ଼ା ଠାରେ ସକସେସ୍ ଅନ ଲାଇନ ସର୍ଭିସ୍ ସିଷ୍ଟମ ପ୍ରାଇଭେଟ୍ ଲମିଟେଡ୍ (SOSS) ନାମକ ଏକ ଚିଟ୍ ଫଣ୍ଟ ସଂସ୍ଥାର କାର୍ଯ୍ୟାଳୟ ଖୋଲି ଲୋକଙ୍କଠାରୁ ଇନସୁରାନସ୍ ସର୍ଭିସ, ସେର ମାର୍କେଟିଂ, ପ୍ଲଟ ଇତ୍ୟାଦି ସେବା ଯୋଗାଇ ଦେବାର ପ୍ରତିଶୃତି ଦେଇ ଟଙ୍କା ସଂଗ୍ରହ କରିଥିଲା । ତେବେ ଏକ ବର୍ଷ କାମ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବା ପରେ କୋଟି କୋଟି ଟଙ୍କା ସଂଗ୍ରହ କରି ୨୦୧୨ ମସିହାରେ କମ୍ପାନୀ ଗାୟବ ହୋଇଯାଇଥିଲା । ଏନେଇ ୨୦୧୬ ମସିହାରେ ଏହି କମ୍ପାନୀ ଦ୍ୱାରା ଠକେଇ ହୋଇଥିବା ପର୍ଶୁରାମ ବେହେରା ନାମକ ଜଣେ ବ୍ୟକ୍ତି EOWରେ ମାମଲା ରୁଜ୍ଜୁ କରିଥିଲେ ।

ଦୀର୍ଘ ୭  ବର୍ଷ ପରେ ବ୍ରହ୍ମପୁର ଶାଖା ପରିଚାଳକ ନିଖିଳାନନ୍ଦ ପଶୁପାଳକଙ୍କୁ ଗତ କାଲି ଗିରଫ କରିଛି ଭୁବନେଶ୍ୱର ଅପରାଧ ଅର୍ଥନୈତିକ ଶାଖା । ଏହା ସହ ତାଙ୍କ ଘରୁ ବିଭିନ୍ନ ଆପତ୍ତି ଜନକ କାଗଜପତ୍ର, ପାନ କାର୍ଡ, ଚେକ୍ ବୁକ୍ , ଇନଭେଷ୍ଟର ତାଲିକା, ଲିଫ୍ ଲେଟ୍ ଆଜି ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଲୋକଙ୍କଠାରୁ ଠକି ନେଇଥିବା ଟଙ୍କାରେ ସିନେ ଭିଜନ ନାମକ ଏକ ସଂସ୍ଥା କରି ଭୋଜପୁରୀ ସିନେରାରେ ଅଭିନୟ କରିଥିବା ତଦନ୍ତ ବେଳେ ଜଣା ପଡିଛି । ଏହା ସହ ଏହି ଚିଟ୍ ଫଣ୍ଡ କମ୍ପାନୀ ଉତ୍ତରପ୍ରଦେଶର ଗାଜିଆବାଦ୍ ଠାରେ ମୁଖ୍ୟ କାର୍ଯ୍ୟାଳୟ ପରିଚାଳନା ହେଉଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲି ଟଙ୍କା ସଂଗ୍ରହ କରାଯାଉଥିଲା । ଗତକାଲି ବ୍ରହ୍ମପୁରରୁ ଅଭିଯୁକ୍ତ ନିଖିଳାନନ୍ଦ ଗିରଫ ହେବା ପରେ ବ୍ରହ୍ମପୁର ଓପିଆଇଡି କୋର୍ଟରେ ହାଜର କରିବା ପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏନେଇ ଭୁବନେଶ୍ୱର EOW ଅଧିକା ତଦନ୍ତ ଜାରି ରଖିଥିବା ବେଳେ ଏହି ସଂସ୍ଥା ଓଡିଶାରୁ ୫ କୋଟି ଠକେଇ କରିଥିବା ବେଳେ ଦିଲ୍ଲୀ ଓ ଝାଡଖଣ୍ଡ ସହ ଅନ୍ୟ ରାଜ୍ୟରୁ ୫ ଶହ କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି ।

Leave A Reply

Your email address will not be published.