ବାରିପଦା ଆଦାନୀ-କିସ୍‌ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଦକ୍ଷିଣ କୋରିଆର ହାନ୍‌ସିଓ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ କୋରିଆ ସ୍ଥିତ ହାନ୍‌ସିଓ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳ ବାରିପଦା ଆଦାନୀ-କିସ୍‌ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଅଧ୍ୟାପକ ପ୍ରଫେସର କିମ୍‌ ସିମ ଜେଙ୍କ ନେତୃତ୍ୱରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ଟିମ କିସ୍‌ ପରିଦର୍ଶନ କରି ଆଦିବାସୀ ଛାତ୍ରଛାତ୍ରୀଙ୍କ ରହଣୀ ଶୈଳୀ ଓ ପାଠପଢ଼ା ପଦ୍ଧତିକୁ ପରଖିଛନ୍ତି । ଅତ୍ୟାଧୁନିକ ଶ୍ରେଣୀ ଗୃହ ସାଙ୍ଗକୁ ଛାତ୍ରାବାସ ବୁଲି ଦେଖିଛନ୍ତି । କ୍ୟାମ୍ପସରେ ନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ବୁଲି ଦେଖିବା ସହ ଖୁସି ପ୍ରକାଶ କରିଛନ୍ତି ପ୍ରତିନିଧି ଦଳ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଏପରି ଅତ୍ୟାଧୁନିକ କ୍ୟାମ୍ପସ ନିଶ୍ଚିତ ଗୁଣାତ୍ମକ ଶିକ୍ଷା ଦେବ ବୋଲି ପ୍ରତିନିିଧି ଦଳ କହିଛନ୍ତି । ପ୍ରତିନିଧି ଦଳରେ ଥିବା ଛାତ୍ରଛାତ୍ରୀମାନେ ଆଦାନୀ କିସ ଆବାସିକ ବିଦ୍ୟାଳୟ ବୁଲି ବେଶ ଖୁସି ଜାହିର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.