ଗରମରୁ ମିଳିବ ତ୍ରାହି, ଜୁନ୍ ୫ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ, ସୂଚନା ଦେଲା ପାଣିପାଗ ବିଭାଗ

କେନ୍ୟୁଜ୍ (ବ୍ୟୁରୋ): ତାତିରୁ ମିଳିବ ତ୍ରାହି।  ଜୁନରେ ପହଞ୍ଚିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ।  ଏଭଳି ଆକଳନ  କରିଛି ପାଣିପାଗ ବିଭାଗ   । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିବା ‘ଅମ୍ଫାନ’ ବାତ୍ୟା ଯୋଗୁଁ ଏଥର ମୌସୁମୀ ଜଲଦି ଆସିବାରେ ସହାୟକ ହୋଇଛି। ଏହା ପୂର୍ବରୁ ଅର୍ଥାତ  ୧୫ ମଇରେ ଭାରତୀୟ ପାଣିପାଗ ବିଭାଗ ଜାରି କରାଯାଇଥିବା ନିଜର ଅନୁମାନରେ ଏହା କହିଥିଲା ଯେ, ଏଥର ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ ଓ କେରଳରେ ୫ ଜୁନ ଭିତରେ ପହଞ୍ଚି ପାରେ।

ଆଇଏମଡିର କହିବା ଅନୁସାରେ,ଏବର୍ଷ ଦେଶରେ ମୌସୁମୀ ସ୍ବାଭାବିକ ରହିବ ।  ୩୧ ମଇରୁ ୪ ଜୁନ୍ ଭିତରେ ଦକ୍ଷିଣପୂର୍ବ ଓ ଏହାର ଉପକୂଳକୁ ଲାଗିଥିବା ପୂର୍ବ ମଧ୍ୟ ଆରବ ସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭବନା ରହିଛି। ଏହାକୁ ଦେଖି  କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ପାଇଁ ୧ ଜୁନରୁ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି।

କେରଳରେ ମୌସୁମୀ ପହଁଞ୍ଚିବା ସହିତ ଦେଶରେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସ ଲମ୍ବା ବର୍ଷା ପାଗ ଆରମ୍ଭ ହୋଇଯାଇଥାଏ। ସ୍କାଇମେଟର ପାଣିପାଗ ଅନୁସାରେ, ମୌସୁମୀ ୨୮ ମଇରେ କେରଳରେ ପହଁଞ୍ଚି ଯିବ। ଭାରତର ଅଧାରୁ ଅଧିକ ଚାଷ ଜମିରେ ବିନା କୌଣସି ସିଞ୍ଚନ ବ୍ୟବସ୍ଥାରେ ଚାଉଳ, ମକା, ଆଖୁ, କପା ଓ ସୋୟାବିନ୍ ଭଳି ଫସଲ କରିବା ପାଇଁ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତର ବର୍ଷା ଉପରେ ନିର୍ଭର କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.