ହଟୁନି ଅଚଳାବସ୍ଥା , ପଞ୍ଚମ ଦିନରେ ବି ଚାଲିପାରିନି ବିଧାନସଭା ପ୍ରଶ୍ନକାଳ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବି ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକମାନେ ଚାଷ ଓ ଚାଷୀ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବିଜେପି ବିଧାୟକମାନେ ଚିଟ୍‌ଫଣ୍ଡ ପ୍ରସଙ୍ଗ ନେଇ ହଙ୍ଗାମା କରିଥିଲେ । ଶାସକ ଦଳ ବିଧାୟକ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ । ବେକାରୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ କେନ୍ଦ୍ର ଅବେହେଳା କରୁଥିବା ଅଭିଯୋଗ କରି ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ହଙ୍ଗାମା କରିଥିଲେ । ଫଳରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଏହା ପରେ ବିଜେଡି ବିଧାୟକମାନେ ଶୋଭାଯାତ୍ରାରେ ଚାଲି ଚାଲି ରାଜଭବନ ଅଭିମୁଖେ ଯାଇଥିଲେ । କେନ୍ଦ୍ରୀୟ ଅବେହେଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ।

Leave A Reply

Your email address will not be published.