ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ

Baijayant Pandaକେନ୍ଦ୍ରାପଡ଼ା: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ବୈଜୟନ୍ତ ପଣ୍ଡା ସ୍ୱେଚ୍ଛାକୃତ ଭାବେ ବିଜେଡିରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଭାରତୀୟ ସମ୍ବିଧାନ ଅନୁଯାୟୀ ସେ ସାଂସଦ ପଦବିରେ ରହିବା କଥା ନୁହେଁ।

baijayantତାଙ୍କୁ ଦଳବିରୋଧୀ କାର୍ୟ୍ୟ ପାଇଁ ବିଜେଡିରୁ ମଧ୍ୟ ନିଲମ୍ବିତ କରାଯାଇଛି ବୋଲି ଚିଠିରେ ଉଲ୍ଲେଖ ଅଛି। ଏସବୁ ଦୃଷ୍ଟିରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ବିଜେଡି ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ ଚିଠି ଲେଖି ଅନୁରୋଧ କରିଛନ୍ତି।